www.samajalive.in
Monday, December 15, 2025
16.1 C
Bhubaneswar

ଅସହ୍ୟ ତାତି, ଆହୁରି ବଢିବ ଖରା

ଭୁବନେଶ୍ବର: ସାରା ରାଜ୍ୟରେ ଅଗ୍ନି ବର୍ଷା। ପଶ୍ଚିମରୁ ଉପକୂଳ ଏବଂ ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଭୁବନେଶ୍ବର ଏବଂ କଟକରେ ତାତି ବଢ଼ିଛି। ଭୁବନେଶ୍ବର, ସୁବର୍ଣ୍ଣପୁର, ତାଳଚେର ଏବଂ ଅନୁଗୋଳ ତତଲା କଡେଇରେ ଆଉଟୁପାଉଟୁ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶା ଏଥିରୁ ବାଦ ପଡିନାହିଁ ବରଂ ଅଧିକ ପ୍ରଭାବିତ ହେଉଛି।

ଚଳିତ ବର୍ଷ ଏପ୍ରିଲରେ ସର୍ବାଧିକ ତାପମାତ୍ରା ବିଶେଷ ବୃଦ୍ଧି ପାଇବନାହିଁ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ହେଲେ ଏପ୍ରିଲରେ ପଶ୍ଚିମ ଓଡ଼ିଶା ତାତିରେ ସିଝୁଛି। ଗତକାଲି ଦିନ ବେଳାର ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ୨୮ ସହରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ୮ ସହରରେ ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରହିଛି। ୪୩.୮ ଡିଗ୍ରୀ ସହ ସୁବର୍ଣ୍ଣପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ୪୩.୩ ଡିଗ୍ରୀ ସହ ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଆଗକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ। ୨ ଦିନ ଯାଏଁ ଉପକୂଳ ଓଡ଼ିଶାର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହାକୁ ଦେଖିଲେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

- Advertisement -

ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କହୁଛି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଖୋର୍ଦ୍ଧା ଏବଂ ନୟାଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହି ଜିଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ସମୟରେ ଅତି ଜରୁରୀ କାମ ନ ଥିଲେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଘରୁ ପଦାକୁ ବାହାରିବାକୁ ବାରଣ କରିଛନ୍ତି ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି)।

୨୦୧୧ ପରଠାରୁ ଗତକାଲି ଭୁବନେଶ୍ବର ସହର ସର୍ବକାଳୀନ ଦିନ ତାପମାତ୍ରା ତୃତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଅନୁଗୋଳ ୪୩.୧ ଡିଗ୍ରୀ ଏବଂ ତାଳଚେର ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଖଣି ଓ ଶିଳ୍ପନଗରୀ ଉଭୟ ସହର ତାତିରେ ଛଟପଟ ହେଉଛି। ଚାନ୍ଦବାଲି ୪୧.୨, କଟକ ୪୧.୧, ବାରିପଦା ୪୨, ଝାରସୁଗୁଡା ୪୨.୨, କେନ୍ଦୁଝର ୪୦.୪, ସମ୍ବଲପୁର ୪୧.୭, ସୁନ୍ଦରଗଡ ୪୧.୫, ହୀରାକୁଦ ୪୧.୧, ଭବାନୀପାଟଣା ୪୧, ବଲାଙ୍ଗୀର ୪୨.୩, ଟିଟିଲାଗଡ ୪୧.୬, ମାଲକାନଗିରି ୪୦, ନୟାଗଡ ୪୧.୫, ବୌଦ୍ଧ ୪୨, ଛତ୍ରପୁର ୪୦, ପାରଳାଖେମୁଣ୍ଡି ୪୦.୫, ଭଦ୍ରକ ୪୦.୫, ଯାଜପୁର ୪୧.୨, ଢେଙ୍କାନାଳ ୪୧.୬, ବରଗଡ ୪୧.୫, ଦେବଗଡ ୪୧, ଖୋର୍ଦ୍ଧା ୪୧ ଏବଂ ଜଗତସିଂହପୁରରେ ପାରଦ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories