ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ଆତଙ୍କବାଦୀଙ୍କ ଆକ୍ରମଣ
ଜମ୍ମୁକାଶ୍ମୀର: ସାମ୍ନାକୁ ଆସିଛି ଆତଙ୍କବାଦୀ ଆକ୍ରମଣର ସିସିଟିଭି ଫୁଟେଜ । ଜମ୍ମୁ ଚଡ୍ଡା କ୍ୟାମ୍ପ ନିକଟରେ ଗତକାଲି ସିଆଇଏସଏଫ୍ ଯବାନଙ୍କ ବସ ଉପରକୁ ଆତଙ୍କବାଦୀ ମାନେ ଆକ୍ରମଣ କରିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଆକ୍ରମଣରେ ସିଆଇଏସଏଫର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସହିଦ ହୋଇଥିବା ବେଳେ ବର୍ତ୍ତମାନର ଏହି ସିସିଟିଭି ଭିଡିଓ ଭାଇରାଲ ହେବାର ଲାଗିଛି ।
ଭିଡିଓରେ ଦେଖିବାକୁ ମିଳିଛି ଯବାନଙ୍କ ବସ୍ ସଞ୍ଜଓ୍ୱା ଅଞ୍ଚଳରେ ଅଟକି ରହୁଛି । ରାସ୍ତାରେ କିଛି ସମୟ ଅଟକିବା ପରେ ଗୋଟିଏ ବାଇକ୍ ଅତିକ୍ରମ କରୁଛି । ପରେ ପରେ ଆରମ୍ଭ ହେଉଛି ଗ୍ରେନେଡ ମାଡ଼ । ପ୍ରଥମ ଗ୍ରେନେଡ ମାଡ଼ ପରେ ବସ୍ଟି ମାତ୍ର କିଛି ବାଟ ଆଗକୁ ଆସୁଛି । ପରେ ପ୍ରବଳ ଗ୍ରେନେଡ ମାଡ଼ ସାଙ୍ଗକୁ ଫାୟାରିଂ ଶବ୍ଦରେ କମ୍ପି ଉଠୁଛି ସମ୍ପୃକ୍ତ ଅଞ୍ଚଳ । ଏ ସବୁର ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି । ଯାହାକି ଲୋକଙ୍କୁ ତାଜୁବ କରୁଛି ।
ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ୨ ଦିନ ପୂର୍ବରୁ ଏହି ଆକ୍ରମଣ ହୋଇଛି । ଯବାନ ମାନେ ସକାଳୁ କାର୍ଯ୍ୟରେ ଯୋଗଦେବା ପାଇଁ ଯାଉଥିବା ବେଳେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ବସ୍ ଉପରକୁ ଗ୍ରେନେଡ ମାଡ଼ କରିବା ପୂର୍ବରୁ ଗୁଳି ଚଳାଇଥିଲେ । ପରେ ସୁରକ୍ଷାକର୍ମୀ ମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରିଥିଲେ ।
Comments are closed.