www.samajalive.in
Sunday, December 7, 2025
23.1 C
Bhubaneswar

ସୁସ୍ଥ ହୃଦୟ ପାଇଁ ଖାଆନ୍ତୁ ଏହି ଖାଦ୍ୟ

ହୃଦୟକୁ ସୁସ୍ଥ ରଖିବା ପାଇଁ ଆମ ଖାଦ୍ୟପାନୀୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଠିକ ଭାବେ ଖାଇବା ଦ୍ୱାର ସୁସ୍ଥ ଆପଣ ସୁସ୍ଥ ରହିଥାନ୍ତି। ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ନିତାନ୍ତ ଆବଶ୍ୟକ ଅଟେ। ଆସନ୍ତୁ ଜାଣିବା ହୃଦୟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବା ଉଚିତ।
ଡାଏଟ କରୁଥିଲେ ସତେଜ ଫଳ ଓ ପନିପରିବା ଖାଆନ୍ତୁ। ଏହା ଆମ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏବଂ ସ୍ମୃତିଶକ୍ତି ମଧ୍ୟ ବୃଦ୍ଧି କରିଥାଏ।କନ୍ଦମୂଳ ଓ ଗାଜର ଶରୀର ପାଇଁ ଉତ୍ତମ ଖାଦ୍ୟ ଅଟେ। ତେଣୁ ଏହାକୁ ସକାଳେ ଖାଇ ପାରିବେ।
ସକାଳେ ଟିଫିନ କରିବା ସମୟରେ ଓଟସ ଓ କନଫ୍ଲେକ୍ସ ଇତ୍ୟାଦି ଖାଆନ୍ତୁ।
ହୃଦଘାତ ସମସ୍ୟା ଥିବା ବ୍ୟକ୍ତିମାନେ ମିଠା ଦ୍ରବ୍ୟ ଖାଆନ୍ତୁ ନାହିଁ।ସପ୍ତାହକୁ ଥରେ ବାଦାମ, ମୁଗ ଡାଲି, କାଜୁ ଇତ୍ୟାଦି ଖାଆନ୍ତୁ। ଏହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।
ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହାଦ୍ୱାରା ଗ୍ୟାଷ୍ଟିକ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। କୋଲେଷ୍ଟ୍ରୋଲ ମଧ୍ୟ ବଢିଥାଏ। ଯାହାଦ୍ୱାରା ହୃଦୟ ଉପରେ କୁପ୍ରଭାବ ପଡିଥାଏ।ସପ୍ତାହକୁ ଥରେ ମାଛ ଖାଆନ୍ତୁ। ଏହା ଖାଇବା ହୃଦୟ ପାଇଁ ଭଲ ଅଟେ।
ଡ୍ରାକ ଚକଲେଟ୍‍ ମଧ୍ୟ ଶରୀର ପାଇଁ ଉତ୍ତମ ଅଟେ। ଏହା ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନଥାଏ।
ଖାଇବା ପିଇବାକୁ ଛାଡି ଦେଲେ ପ୍ରତିଦିନ ଚାଲିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories