www.samajalive.in
Monday, December 15, 2025
24.1 C
Bhubaneswar

ଘାତକ ବୋଲିଂ ପରେ ଓପ୍‌ନରଙ୍କ ବିସ୍ଫୋରଣ ; ଦିଲ୍ଲୀ ବିଜୟୀ

ମୁମ୍ବଇ : ଦିଲ୍ଲୀ କ୍ୟାପିଟାଲ୍‌ସ ଶିବିରରେ କରୋନା ପ୍ରବେଶ କରିଥିଲେ ହେଁ ଦଳର ପ୍ରଦର୍ଶନକୁ ଏହି ଭୂତାଣୁ ପ୍ରଭାବିତ କରି ପାରିନାହିଁ। ବରଂ ଚଳିତ ଆଇପିଏଲ୍‌ରେ ବୁଧବାର ଦିଲ୍ଲୀ ସବୁଠାରୁ ସହଜ ବିଜୟ ହାସଲ କରିଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଓପ୍‌ନରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍‌ସକୁ ୯ ୱିକେଟରେ ଦିଲ୍ଲୀ ପରାସ୍ତ କରିଛି; ତାହା ପୁଣି ୯.୩ ଓଭର ବାକିଥାଇ। ଜିତେଶ ଶର୍ମାଙ୍କ ୩୨ ରନ୍‌ ସତ୍ତ୍ବେ ପଞ୍ଜାବ ଶେଷ ବଲ୍‌ରେ ୧୧୫ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ପରେ ପୃଥ୍ବୀ ସ’ ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୧୦.୩ ଓଭରରେ ୧ ୱିକେଟ ହରାଇ ଦିଲ୍ଲୀ ଜିତିଥିଲା। ଦିଲ୍ଲୀ ୬ଷ୍ଠ ମ୍ୟାଚ୍‌ରେ ୩ୟ ବିଜୟ ହାସଲ କରିଛି। ପଞ୍ଜାବ ୭ମ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗିଛି।
ସମ୍ମୁଖରେ ୧୧୬ ରନ୍‌ର ସହଜ ବିଜୟଲକ୍ଷ୍ୟ ଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍‌ସର ଦୁଇ ଓପ୍‌ନର ଆରାମରେ ଖେଳିବେ ବୋଲି ଆଶା କରା ଯାଉଥିଲା। ହେଲେ ପୃଥ୍ବୀ ସ’ ଓ ଡେଭିଡ୍‌ ୱାର୍ଣ୍ଣର ଝଡ଼ ପରି ପଞ୍ଜାବ ବୋଲରଙ୍କ ଉପରେ ବର୍ଷିଥିଲେ। ପ୍ରଥମ ୫ ଓଭର ଶେଷରେ ଦିଲ୍ଲୀ ୭୫ ରନ୍‌ରେ ପହଞ୍ଚି ଯାଇଥିଲା। ପ୍ରତି ଓଭରରେ ଏକାଧିକ ବାଉଣ୍ଡରୀ ପୃଥ୍ବ-ୱାର୍ଣ୍ଣର ମାରିଥିଲେ। ପ୍ରଥମ ୫ ଓଭରର ସ୍କୋର୍ ଥିଲା- ୧୪, ୧୨, ୧୭, ୧୫ ଓ ୧୭ ରନ୍‌। ୬ ଓଭର ପାୱରପ୍ଲେ ଶେଷରେ ଦିଲ୍ଲୀ ୮୧ ରନ୍‌ରେ ପହଞ୍ଚି ଯାଇଥିଲା; ଯାହା ଚଳିତ ସଂସ୍କରଣରେ ପାୱରପ୍ଲେରେ ସର୍ବାଧିକ ସ୍କୋର୍‌। ୬.୩ ଓଭରରେ ୮୩ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ପୃଥ୍ବୀ ସ’ ଆଉଟ୍‌ ହୋଇଥିଲେ। ପୃଥ୍ବୀ ୨୦ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୧ ରନ୍‌ କରିଥିଲେ। ୱାର୍ଣ୍ଣର ୩୦ ବଲ୍‌ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୬୦ ରନ୍‌କରି ଅପରାଜିତ ଥିଲେ। ସର୍ଫରାଜ ଅହମ୍ମଦ ୧୨ ରନ୍‌ରେ ଅପରାଜିତ ଥିଲେ। କୁଲଦୀପ ଯାଦବ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ ନେବା ପରେ ପଞ୍ଜାବ କିଙ୍ଗ୍‌ସ ନିୟମିତ ଭାବେ ୱିକେଟ ହରାଇଥିଲା। ୭ମ ଓଭରରେ ୫୪ ରନ୍‌ରେ ୪ଟି ୱିକେଟ ପଡ଼ି ଯାଇଥିଲା। ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଶିଖର ଧାୱନ ଓ ଜନି ବେୟାରଷ୍ଟୋ ୯ ରନ୍‌ ଲେଖାଏଁ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ମୟଙ୍କ ଅଗ୍ରୱାଲ ୧୫ ବଲ୍‌ରୁ ୪ଟି ଚୌକା ସହ ୨୪ ରନ୍‌କରି ଆଉଟ ହୋଇଥିଲେ। ଫର୍ମରେ ଥିବା ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ମାତ୍ର ୨ ରନ୍‌ କରି ପାରିଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍ ବିଦର୍ଭର ଜିତେଶ ଶର୍ମା ୨୩ ବଲ୍‌ରୁ ୫ଟି ଚୌକା ସହ ୩୨ ରନ୍‌ର ଆକର୍ଷଣୀୟ ଇନିଂସ ଖେଳିଥିଲେ। ଶାହ୍‌ରୁଖ୍ ଖାଁ ଓ ରାହୁଲ ଚହର ୧୨ ରନ୍‌ ଲେଖାଏଁ କରିଥିଲେ। ଖଲିଲ ଅହମ୍ମଦ, ଲଳିତ ଯାଦବ, ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଅକ୍ଷର ୪ ଓଭରରୁ ମାତ୍ର ୧୦ ରନ୍‌ ଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories