ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଉଦଯାପିତ

ହରଭଙ୍ଗା: ଜିଲ୍ଲା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହରଭଙ୍ଗାରେ ଅପ୍ରେଲ ୦୮ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ହରଭଙ୍ଗା କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ସୁଦାମ ଚରଣ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ସରପଞ୍ଚ ଶ୍ରୀମତୀ ଶକୁନ୍ତଳା ବେହେରା ,ମୁଖ୍ୟ ବକ୍ତା ଭାବରେ ଅର୍ଥନୀତି ବିଭାଗ ର ଅଧ୍ୟାପକ ହିମାଂଶୁ ଶେଖର ସାହୁ ଯୋଗ ଦେଇ ପୁରାଣ ଇତିହାସ ଯୁଗର ନାରୀ ମାନଂକପରି ନିର୍ଭୀକ କର୍ମଠ ହେଲେ ସମାଜପରିବର୍ତ୍ତନ ହୋଇ ପାରିବବୋଲି ତାଙ୍କ ଅଭିଭାଷଣରେ ଛାତ୍ରୀମାନଙ୍କୁ ପ୍ରକାଶ କରିବା ସହ ଛାତ୍ରୀମାନଙ୍କୁ କର୍ମଠ ଓ ସାହସୀ ହେବା ନିମନ୍ତେ ଆହ୍ୱାନ କରିଥିଲେ ।

prayash

ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ଲଳିତ ମହାପାତ୍ର, କ୍ରୀଡା ଶିକ୍ଷକ କୁସଧ୍ଵଜ ମହାକୁଡ଼, ସରପଞ୍ଚ ପ୍ରତିନିଧି ପ୍ରକାଶ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ପରିଶେଷରେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ସସ୍ମିତା ହାଂସଦା ସଭା ପରିଚାଳନା କରିଥିବା ବେଳେ ଛାତ୍ରୀ ବିଜୁଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମାଷ୍ଟର ଟ୍ରେନର ଭାବେ ହରଭଙ୍ଗା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିଲି ନାୟକ ଓ ବୁକେସିଙ୍ଗା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ପଦ୍ମିନୀ ବାରିକ ଯୋଗ ଦେଇ ଦୀର୍ଘ ଆଠ ଦିନ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ତାଲିମ ଦେଉଥିଲେ ।

kalyan agarbati

Comments are closed.