ବନ୍ଦୀଙ୍କ ଖାଦ୍ୟ ଖର୍ଚ୍ଚ ବୃଦ୍ଧି

ନିରାମୟ ଯୋଜନାରେ ୩୨ କାରାଗାର ସାମିଲ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ କାରାଗାରରେ ଥିବା ବନ୍ଦୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ବୃଦ୍ଧି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ପୂର୍ବରୁ ଦିଆଯାଉଥିବା ଦୈନିକ ଖର୍ଚ୍ଚ ପର୍ଯ୍ୟାପ୍ତ େହଉ ନ ଥିବାରୁ ଏହାକୁ ୯୦ ଟଙ୍କାକୁ ବୃଦ୍ଧି କରିବାକୁ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏହା ଉପରେ ବିଚାର କରି ରାଜ୍ୟ ସରକାର ବନ୍ଦୀଙ୍କ ଦୈନିକ ଖାଦ୍ୟ ବାବଦ ଖର୍ଚ୍ଚକୁ ୬୪ଟଙ୍କାରୁ ୮୦ ଟଙ୍କାକୁ ବୃଦ୍ଧି କରିଛନ୍ତି।
ଜାତୀୟ ପୃଷ୍ଟି ଅନୁଷ୍ଠାନ (ଏନଆଇଏନ) ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁସାରେ ଜଣେ ବନ୍ଦୀଙ୍କ ଲାଗି ଦୈନିକ ୨୮୧୬.୭୪ କ୍ୟାଲୋରୀ ଦିଆଯିବ। ସେହି ଅନୁସାରେ ବନ୍ଦୀଙ୍କ ଖାଦ୍ୟ ଖର୍ଚ୍ଚକୁ ବୃଦ୍ଧି କରାଯାଇଛି।

prayash

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ କାରାଗାରରେ ଥିବା ବନ୍ଦୀଙ୍କ ସ୍ବାସ୍ଥ୍ୟରକ୍ଷା ତଥା ଚିକିତ୍ସା ଲାଗି ଚିକିତ୍ସାଳୟ ତଥା କ୍ଲିନିକ ରହିଛି । ଏସବୁ କ୍ଲିନିକକୁ ରାଜ୍ୟ ଔଷଧ ନିଗମ ପକ୍ଷରୁ ଔଷଧ ଯୋଗାଇ ଦିଆଯାଇଥାଏ।
ନିରାମୟ ଯୋଜନାରେ କାରାଗାରକୁ ସାମିଲ କରିବା ଉଦ୍ଦେଶ୍ୟରେ ଝାରପଡା ସ୍ବତନ୍ତ୍ର କାରାଗାରରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ଏଥିରେ ସଫଳତା ମିଳିବା ପରେ ଏେବ ରାଜ୍ୟ ୩୨ଟି କାରାଗାରକୁ ଏଥିରେ ସାମିଲ କରାଯାଇଛି। ଏହି ଯୋଜନା ଅନୁସାରେ ସମ୍ପୃକ୍ତ କାରାଗାର କର୍ତ୍ତୃପକ୍ଷ ଔଷଧ ନିଗମର ଜିଲା ଗୋଦାମ ଅଧିକାରୀ ଆବଶ୍ୟକ ଔଷଧ ତାଲିକା ତିନିମାସ ଅନ୍ତରାଳରେ ପ୍ରଦାନ କରିେବ। ଗଚ୍ଛିତ ଔଷଧ ଓ ବ୍ୟବହାର ଉପଯୋଗୀ ଔଷଧ ସେହି ଅନୁସାରେ ଯୋଗାଇ ଦିଆଯିବ ବୋଲି ଜଣାପଡିଛି।

kalyan agarbati

Comments are closed.