ରାଜ୍ୟସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ସମ୍ବଲପୁର : ସମ୍ବଲପୁରର ଦଲେଇପଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ୪ ଦିନିଆ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଜିଲା କ୍ୟାରମ ଆସୋସିଏସନ ଓ ରାଜ୍ୟ କ୍ୟାରମ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଉଭୟ ପୁରୁଷ ଓ ମହିଳା ବର୍ଗରେ ଆୟୋଜିତ ପ୍ରତିଯୋଗୀତାର ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବ ଗତ ରାତିରେ ଅନୁଷ୍ଠିତ ହୋଇଥିଲା। ସାରା ରାଜ୍ୟରୁ ଶତାଧିକ ପ୍ରତିଯୋଗୀ ସାମିଲ ହୋଇଥିବା ବେଳେ ଦଳଗତ ବର୍ଗ ପ୍ରତିଯୋଗୀତାରେ ପୁରୀ ଜିଲା ଦଳର ଗୌତମ ପ୍ରସାଦ ଭୋଲ, ଦେବୀ ପ୍ରସାଦ ସ୍ୱାଇଁ, ସ୍ମୃତି ରଞ୍ଜନ, ଅମୀୟ ବଳିୟାର ସିଂହ, ଶ୍ୟାମ ଜି. ନାୟକ ଓ ଚନ୍ଦନ ବଳିୟାର ସିଂହ ସଂଯୁକ୍ତ ରୂପେ ପ୍ରଥମ, ଖୋର୍ଦ୍ଧା ଜିଲା ଦଳର ଗୀତା ଦେବୀ, ଦୀପା ନାୟକ, ଜେମ୍ସ ପ୍ରଧାନ, ରିଜୱାନ ହୁସେନ, ନବୀନ କୁମାର ଓ କେ.କେ. ପଟ୍ଟନାୟକ ସଂଯୁକ୍ତ ରୂପେ ଦ୍ୱିତୀୟ ଏବଂ କୋରାପୁଟ ଜିଲା ଦଳର ଶେଖ ଇଲାହି, ଏସ. ହରିଶ, ଅବଦୁଲ ରହମାନ ଖାନ, ସୌମ୍ୟ ରଞ୍ଜନ ତ୍ରିପାଠୀ, ପ୍ରଜ୍ଞାଦିପ୍ତା ମାଝୀ ଓ ନିଶିକାନ୍ତ ବେହେରା ସଂଯୁକ୍ତ ରୂପେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିଭଳି ମହିଳା ବର୍ଗର ସିଙ୍ଗଲ୍ସରେ ଖୋର୍ଦ୍ଧାର ଦୀପା ନାୟକ ପ୍ରଥମ, ଗୀତା ଦେବୀ ଦ୍ୱିତୀୟ ଏବଂ ଭଦ୍ରକର ସଂଯୁକ୍ତା ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୁରୁଷ ଭେଟେରାନ ବର୍ଗରେ ସମ୍ବଲପୁରର ରାଧେଶ୍ୟାମ ସାହୁ ପ୍ରଥମ, ଖୋର୍ଦ୍ଧାର କେ. କେ. ପଟ୍ଟନାୟକ ଦ୍ୱିତୀୟ ଓ ସୁନ୍ଦରଗଡର ବି. କେ. ମିଞ୍ଜ ତୃତୀୟ ସ୍ଥାନ ଲାଭ କରିଛନ୍ତି । ପୁରୁଷ ସିଙ୍ଗଲ୍ସରେ ପୁରୀର ଗୌତମ ପ୍ରସାଦ ଭୋଳ ପ୍ରଥମ, କୋରାପୁଟର ଶେଖ ଇଲାହି ଦ୍ୱିତୀୟ ଓ ପୁରୀର ଦେବୀ ପ୍ରସାଦ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଡବଲ ବର୍ଗରେ କୋରାପୁଟର ଶେଖ ଇଲାହି ଓ ଏସ. ହରିଶ ଯୋଡି ପ୍ରଥମ, ପୁରୀର ଦେବୀ ପ୍ରସାଦ ସ୍ୱାଇଁ ଓ ଅମୀୟ ବଳିୟାର ସିଂହ ଯୋଡି ଦ୍ୱିତୀୟ ଏବଂ ଗୌତମ ପ୍ରସାଦ ଭୋଳ ଓ ସ୍ମୃତି ରଞ୍ଜନ ଯୋଡି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତିଯୋଗୀତାର ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବରେ ସରକାରୀ ଉପ ମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ମୁଖ୍ୟ ଅତିଥି ଓ ପୂର୍ବତନ ଉପ ନଗରପାଳ ତଥା ଯୁବ ସମାଜସେବୀ ସିଦ୍ଧାର୍ଥ ସାହା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ବିଜେତା ମାନଙ୍କୁ ଟ୍ରଫି, ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲା କ୍ୟାରମ ସଂଘର ସଭାପତି ଯୁବରାଜ ବନଛୋର ଓ ସମ୍ପାଦକ ଅନୀଲ ମିଶ୍ର ଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ମାନେ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହାୟତା କରିଥିଲେ।
Comments are closed.