ଶିକ୍ଷା ସଚେତନତା ରଥ ଉଦଘାଟନ
ପ୍ରଥମେ ବ୍ଲକ ଠାରୁ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଣା ଯାଇଥିଲା । ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନନ୍ଦକିଶୋର ସାବତ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ମାନେ ଉକ୍ତ ଶିକ୍ଷା ରଥକୁ ସ୍ୱାଗତ କରିବା ସହ ବନ୍ଦାପନା କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ପ୍ରତ୍ୟେକ ୫ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା । ଆଜି ଜିଲାପାଳ ସୋରଜ କୁମାର ମିଶ୍ରଙ୍କ ଦ୍ଵାରା ଶିକ୍ଷା ସଚେତନତା ରଥ ଉଦଘାଟନ କରାଯିବା ପରେ ଜିଲାର ୧୧ଟି ବ୍ଲକକୁ ଶିକ୍ଷା ସଚେତନତା ରଥ ପଠାଯାଇଛି । ଉକ୍ତ ରଥଟି ୫ ଦିନରେ ବ୍ଲକର ସମସ୍ତ କୋଣଅନୁକୋଣରେ ଥିବା ବିଦ୍ୟାଳୟ ଗୁଡିକକୁ ବୁଲି ବୁଲି ସଚେତନ କରିବ ବୋଲି ଜଣାପଡିଛି । ଏଅବସରରେ ବିଦ୍ୟାର୍ଥୀଙ୍କୁ ନେଇ ଶୋଭାଯାତ୍ରା କରି ଶିକ୍ଷା ବିଷୟରେ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ ।
Comments are closed.