ବିନ୍ଧ୍ୟାବାସୀନି ଯାତ୍ରାରେ ଅବ୍ୟବସ୍ଥା….. ହୃଦଘାତ ପରେ ଟ୍ରାକ୍ଟରରେ ବୁହାହେଲେ କାହ୍ନା

ଝୁରୁଛନ୍ତି ଅଞ୍ଚଳବାସୀ

ବୁର୍ଲା : ବରଗଡ଼ ଜିଲ୍ଲାର ସଂକ୍ରିଡ଼ାଗ୍ରାମ ନିକଟରେ ଚୈତ୍ରପୁର୍ଣ୍ଣୀମା ଉପଲକ୍ଷେ ବିନ୍ଧ୍ୟାବାସୀନି ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଏହି ଯାତ୍ରାରେ ସମାଗମ ହୋଇଥିଲେ । ହେଲେ ଏଥର ଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ତେବେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଦୁଃଖସାଗରକୁ ଠେଲି ଦେବା ସହିତ ଏପରି ଏକ ପ୍ରସିଦ୍ଧ ଚୈତ୍ରପୁର୍ଣ୍ଣୀମାରେ ଅବ୍ୟବସ୍ଥାକୁ ନେଇ ପ୍ରଶାସନକୁ ସମାଲୋଚନାର ପରିସର ଭୁକ୍ତ କରିଛି। ଗତ ଦୁଇ ବର୍ଷର କରୋନା ସଂକ୍ରମଣ ସ୍ଥିତି ପରେ ଏହି ବିନ୍ଧ୍ୟାବାସୀନି ଯାତ୍ରା ଯୋଗୁଁ ଅତ୍ୟନ୍ତ ଉତ୍କଣ୍ଠାର ସହିତ ଅତାବିରା ଥାନା ଅନ୍ତର୍ଗତ ଡ଼ାଲବି ଗ୍ରାମର କାହ୍ନାଚରଣ ମିଶ୍ର ତାଙ୍କ ବଡ଼ଭଉଣୀ ଏବଂ ଭାଣିଜୀଙ୍କୁ ନେଇ ଦର୍ଶନ କରିବା ପାଇଁ ପୀଠକୁ ଯାଇଥିଲେ। ମାତ୍ର ସେ ଜାଣି ନ ଥିଲେ ଏହା ତାଙ୍କର ଶେଷ ଦର୍ଶନ ହେବ ବୋଲି ଠିକ ପାହାଡ଼ ଉପରକୁ ଉଠିବା ବେଳକୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅଧାବାଟରେ ହିଁ ବସି ରହିଥିଲେ ଭାଇକୁ ଏକ ଟେଣ୍ଟତଳେ ବସାଇ। ଭଉଣୀ ତାଙ୍କୁ କିଛି ସମୟ ବିଶ୍ରାମ କରିବାକୁ କହି ବିନ୍ଧ୍ୟାବାସୀନିଙ୍କ ଦର୍ଶନ କରିବାକୁ ଯାଇଥିଲେ। ଫେରିବା ବେଳକୁ କାହ୍ନାଙ୍କ ଅବସ୍ଥା ଆହୁରି ଉଦବେଗଜନକ ହେବା ଫଳରେ ବଡ଼ଭଉଣୀ ମଧୁମିତା ପଣ୍ଡା ଏବଂ ଭାଣିଜୀ ପ୍ରାଚୀ ପଣ୍ଡା ତାଙ୍କୁ କିପରି ଭାବେ ମେଡ଼ିକାଲକୁ ନେବେ ସେହି ଚିନ୍ତାରେ ରହିଥିଲେ। ମାତ୍ର ସେଠାରେ କୌଣସି ସାହାଯ୍ୟ ନ ପାଇ ଶେଷରେ ତାଙ୍କୁ ଏକ ଟ୍ରାକ୍ଟରରେ ବସାଇ ପାହାଡ଼ ତଳକୁ ଆଣିଥିଲେ।  ଇତିମଧ୍ୟରେ କାହ୍ନା ସଂଜ୍ଞାହୀନ ହୋଇ ଯାଇଥିଲେ, ପରେ ଏକ ଟେମ୍ପୋରେ କାଦୋବାହାଲ ନର୍ସିଙ୍ଗ ହୋମ ଏବଂ କାଦୋବାହାଲ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଚିକିତ୍ସାରତ ଡ଼ାକ୍ତର ତାଙ୍କର ଅବସ୍ଥା ଶଙ୍କଟାପର୍ଣ୍ଣ ରହିଥିବା ଦର୍ଶାଇ ବୁର୍ଲା ଭିମସାରକୁ ତାଙ୍କୁ ନେବା ପାଇଁ କହିଥିଲେ।

prayash

ଇତିମଧ୍ୟରେ ତାଙ୍କର ସମ୍ପର୍କୀୟଙ୍କ ସହାୟତାରେ ବୁର୍ଲା ଭିମସାର ପହଞ୍ଚାଇ ଥିଲେ ମାତ୍ର ଭିମସାରରେ ଚିକିତ୍ସାରତ ଡ଼ାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିବା ଦର୍ଶାଇଥିଲେ। ଏପରି ଏକ ଦୁଃଖଦ ଘଟଣା ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଲହରୀ ଖେଳିଯାଇଛି। ଶହ ଶହ ଲୋକ ତାଙ୍କ ପାର୍ଥବ ଶରୀରର ଦର୍ଶନ ପାଇଁ ବୁର୍ଲା ଭିମସାର ମେଡ଼ିକାଲ, ଶବ ବ୍ୟବଚ୍ଛେଦ ଗୃହ ଏବଂ ପରେ ତାଙ୍କର ବାସଭବନ ଡ଼ାଲବି ଆସିଥିଲେ। ତେବେ ଦୁଃଖର ବିଷୟ ହେଲା ଏତେବଡ଼ ଚୈତ୍ରପର୍ବରେ ମାତା ବିନ୍ଧ୍ୟାବାସୀନିଙ୍କ ପୂଜାରେ ସକାଳୁ ରାତି ସୁଦ୍ଧା ପ୍ରାୟ ୫୦ ହଜାର ଲୋକଙ୍କ ଭିଡ଼ ସମାଗମ ହୋଇଥାଏ । ହେଲେ ଏହି ସ୍ଥାନରେ ନା କୌଣସି ଆମ୍ବୁଲାନସ ବ୍ୟବସ୍ଥା ନା କୌଣସି  ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟବସ୍ଥା ଯେପରିକି, ଅକ୍ସିଜେନ ସିଲିଣ୍ଡର ତଥା ଜରୁରୀକାଳିନ ଚିକିତ୍ସା ବ୍ୟବସ୍ଥା କରାଯାଇ ପାରିଲା ନାହିଁ। ଫଳରେ ଜଣେ ଭକ୍ତଙ୍କୁ ଗୁରୁତର ଅବସ୍ଥାରେ କୌଣସି ପ୍ରକାର ସେବା ଦିଆଯାଇ ପାରିଲା ନାହିଁ । ଯାହାକୁ ନେଇ ଅଞ୍ଚଳବାସୀ ଅତ୍ୟନ୍ତ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଯେଉଁ ବିନ୍ଧ୍ୟାବାସୀନି ପୀଠକୁ ପର୍ଯ୍ୟାଟନସ୍ଥଳୀ  ମାନ୍ୟତା ଦିଆଯିବା କ୍ଷେତ୍ରରେ ପଦକ୍ଷେପ ନିଆଯାଇ ରାଶି ଅନୁମୋଦିତ ହୋଇଛି । ସେହି ପୀଠରେ ଏଭଳି ଭାବରେ ଅବ୍ୟବସ୍ଥାକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି। ଏହି ପୀଠରେ ଯଦି ଉତ୍କୃଷ୍ଟ ଚିକିତ୍ସା ସେବା କାହ୍ନାଙ୍କୁ ଯୋଗାଯାଇ ପାରିଥାନ୍ତା ହୁଏତ ତାଙ୍କୁ ମେଡ଼ିକାଲକୁ ଜୀବିତାବସ୍ଥାରେ ପହଞ୍ଚାଯାଇ ପାରିଥାନ୍ତା। ମାତ୍ର ପୀଠର ଅବ୍ୟବସ୍ଥା  ଫଳରେ ଜଣଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅର ଦୁଃଖଦାୟକ ମୃତ୍ୟୁ ହେଲା ବୋଲି  ଅଭିଯୋଗ ହେଉଛି ।

kalyan agarbati

Comments are closed.