ଚାଲିଗଲେ କମଳ ଦେଶ ରାଜକୁମର
ଭୁବନେଶ୍ବର : ପ୍ରଫୁଲ କରଙ୍କ ଅନ୍ୟତମ ଲୋକପ୍ରିୟ ଗୀତ ଥିଲା କମଳ ଦେଶ ରାଜକୁମର… ହାତରେ ପୁଷ୍ପଧନୁ…ଲକ୍ଷେ ରାଜାର ମଉଡମଣି.. ମୋ ନାମ ଚନ୍ଦ୍ରଭାନୁ । ହେଲେ ଆଜି ସେହି କମଳ ଦେଶ ରାଜକୁମାର ତାଙ୍କର ସଙ୍ଗୀତ ପ୍ରେମୀଙ୍କୁ ଛାଡି ଚାଲି ଯାଇଛନ୍ତି।
ଭଜନ, ଆଧୁନିକ ସଙ୍ଗୀତ ଓ ଶାସ୍ତ୍ରୀୟ ସଙ୍ଗୀତକୁ ଭିନ୍ନ ରୂପ ଦେଇ ସେ ବିଶ୍ବ ଦରବାରରେ ସେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଦିନଥିଲା ଯେତେ ବେଳେ ଓଡ଼ିଆ ସଙ୍ଗୀତ ଜଗତରେ ଦୁଇଟି ନାଁ ଅକ୍ଷୟ ମହାନ୍ତି ଓ ପ୍ରଫୁଲ୍ଳ କରଙ୍କୁ ନେଇ ବେଶ ଚର୍ଚ୍ଚା ହେଉଥିଲା। ପୂର୍ବରୁ ଅକ୍ଷୟ ମହାନ୍ତିଙ୍କର ପରଲୋକ ଘଟିଥିବା ବେଳେ ଆଜି ପ୍ରଫୁଲ କରଙ୍କ ପରଲୋକ ଓଡ଼ିଆ ସାସ୍କୃତିକ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ଅନେକ ଅଣ ଓଡ଼ିଆ ଗାୟକ-ଗାୟିକାଙ୍କୁ ସେ ଓଡ଼ିଆ ଗୀତ ଗାଇବାର ସୁଯୋଗ ଦେଇଥିଲେ।
ପ୍ରଫୁଲ କରଙ୍କ ଲୋକପ୍ରିୟ ସଙ୍ଗୀତ….
କମଳ ଦେଶ ରାଜକୁମର…..
ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର…
କାଳୀ ତୁ କାଳି ନର୍ମୁଣ୍ଡମାଳି….
କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା…
କେଉଁନାମ ଧରି ଡାକିବି ତୁମକୁ…..
ଗୁଲ ଗୁଲି ଗୁଲ ଗୁଲି….
ମୁଁ ତ ମଣିଷ ମାରିନି କି ଚୋରି କରିନି…
ମୋତେ ମିଳନ୍ତା କି ଗୋଟେ ଉଡନ୍ତା ଥାଳିଆ…
ନମସ୍ତେ ପ୍ରଭୁ ଜଗନ୍ନାଥ…
Comments are closed.