ୟୁକ୍ରେନ୍ ସୈନିକଙ୍କୁ ରୁଷର ଚେତାବନୀ: ଜୀବନ ବଞ୍ଚାଇବାକୁ ହେଲେ କର ଆତ୍ମସମର୍ପଣ
କିଭ୍: ଜାରି ରହିଛି ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଫେବ୍ରୁଆରୀ ୨୪ରୁ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଲଢ଼େଇ ଥମିବାର ନା ଧରୁନାହିଁ । ନଜକୁ ରକ୍ଷା କରିବାକୁ ୟୁକ୍ରେନ୍ ମଧ୍ୟ ରୁଷିଆକୁ ପ୍ରତି ଆକ୍ରମଣ କରୁଛି । ଏହାରି ଭିତରେ ୟୁକ୍ରେନ୍ ଓ ରୁଷ ମଧ୍ୟରେ ଲଢ଼େଇ ତୀବ୍ର ହେବା ସହ ରୁଷର ସୈନିକ ମାନେ ୟୁକ୍ରେନର ସୈନିକଙ୍କୁ ଚେତାବନୀ ଦେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଲାଣି । ମିଳିଥିବା ରିପୋର୍ଟ ଅନୁସାରେ ରୁଷର ସୈନିକ ୟୁକ୍ରେନ୍ର ସୈନିକଙ୍କୁ ଚେତାବନୀ ଦେଇଛନ୍ତି । ରୁଷ କହିଛି କି ଜୀବନ ବଞ୍ଚାଇବାକୁ ହେଲେ ଆତ୍ମସମର୍ପଣ କର । ଯାହା ବି ହତିଆର ରହିଛି ତାକୁ ଦୂରରେ ରଖ ବୋଲି କହିଛନ୍ତି ରୁଷର ସୈନିକ ।
ସେପଟେ ଏହି ଯୁଦ୍ଧକୁ ନେଇ ରୁଷର ରକ୍ଷା ମନ୍ତ୍ରାଣଳୟ ମଧ୍ୟ କିଛି ପ୍ରତିକ୍ରିୟା ରଖିଥିବା ନଜର ଆସିଛି । ୟୁକ୍ରେନ୍କୁ କଡ଼ା ଜବାବ ଦେଇଛି ରୁଷ । ରୁଷର ରକ୍ଷା ମନ୍ତ୍ରାଳୟ କହିଛି ୟୁକ୍ରେନ୍କୁ ରୁଷ ୭ ସପ୍ତାହ ହେଲା ଘେରି ରହିଛି । ଆକ୍ରମଣ ବି କରୁଛି ଆଉ ଏହି ଆକ୍ରମଣ ଜାରି ରହିବ ।
Comments are closed.