ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ପାତ୍ରପୁର: ପାତ୍ରପୁର ବ୍ଳକ ସାମନ୍ତିଆ ପଲ୍ଲୀ ଶ୍ରୀ ଭରତ ପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ବିଷୟରେ ନାରୀମାନଙ୍କ ଭୂମିକା ଉପରେ ପରାମର୍ଶ ଦେଇଥିଲେ। ଆତ୍ମ ସୁରକ୍ଷା ଶିବିରରେ ସଂଯୋଜିକା ପୂର୍ଣ୍ଣପ୍ରଭା ତ୍ରିପାଠୀ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ସମ୍ପର୍କରେ ମତ ରଖିଥିଲେ। ଏହି ଶିବିରରେ ସାମ୍ମାନୀତ ଅତିଥି ଦୁଇ ଯୁବ ସାମ୍ବାଦିକ ରାଜେଶ ରଣା, ରାଜେଶ ସେଠୀ, ଓଡ଼ିଆ ଅଧ୍ୟାପକ ଡ଼ଃ ଅଶୋକ କୁମାର ପଣ୍ଡା, ଡ଼ଃ ଜୟ ପ୍ରକାଶ ପାଢ଼ୀ, ନିରଞ୍ଜନ ସୁଆର, ସୁଧାକର ବିଷୋୟୀ, ଯୋଗ ଦେଇ ଆତ୍ମ ସୁରକ୍ଷା ବିଷୟରେ ଛାତ୍ରୀମାନଙ୍କ ନିକଟରେ ନିଜ ନିଜ ମତ ରଖିଥିଲେ। ସୁରକ୍ଷା ତାଲିମ୍ ଶିକ୍ଷକ ଦିପ୍ତିମୟୀ ପାତ୍ର ଓ ସ୍ମୁତିରାଣୀ ସାହୁ ଶିବିରରେ ଦୀର୍ଘ ଆଠ ଦିନ ଧରି ୧୯୯ ଜଣ ଛାତ୍ରୀଙ୍କୁ ଦୁଇଟି ଗ୍ରୁପରେ ତାଲିମ୍ ପ୍ରଦାନ କରିଥିଲେ। ଶେଷରେ ଛାତ୍ରୀମାନଙ୍କୁ ତାଲିମପ୍ରାପ୍ତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନେ ଯୋଗ ଦେଇଥିଲେ।

Comments are closed.