www.samajalive.in
Sunday, December 14, 2025
17.1 C
Bhubaneswar

ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଉଛନ୍ତି କି? ହୋଇଯାଆନ୍ତୁ ସାବଧାନ!

ସାଧାରଣତଃ ଆମେ ଶୋଇବା ବେଳେ ଏଥିପ୍ରତି ଧ୍ୟାନ ଦେଇ ନଥାଆନ୍ତି ଯେ ଆମେ କିପରି ଶୋଉଚେ, କେଉଁ ଦିଗକୁ ମୁଣ୍ଡ ଓ କେଉଁ ଦିଗକୁ ଗୋଡ଼ ରହୁଛି ଇତ୍ୟାଦି। ହେଲେ ଆମେ ଏହା ଜାଣି ନଥାଆନ୍ତି ଯେ ଏହି ସବୁ ଛୋଟ ଛୋଟ ଭୁଲ୍‍ ଆମ ପାଇଁ ମହଙ୍ଗା ପଡ଼ିଥାଏ। ଏହାଦ୍ୱାରା ଆମ ଉପରେ କୁପ୍ରଭାବ ମଧ୍ୟ ପଡ଼ିପାରେ। ବାସ୍ତୁଶାସ୍ତ୍ର ଅନୁସାରେ, ଜଣେ ବ୍ୟକ୍ତିଙ୍କ ଶୋଇବାର ଦିଗ ସଠିକ୍ ହେବା ଦରକାର। ଯଦି ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଉଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁ ଖରାପ ପ୍ରଭାବ ପକାଇପାରେ।
କେବଳ ବାସ୍ତୁ ନୁହେଁ, ଦକ୍ଷିଣ ଦିଗକୁ ଗୋଡ଼ କରି ନଶୋଇବାର ବୈଜ୍ଞାନିକ ଓ ଧାର୍ମିକ କାରଣ ମଧ୍ୟ ରହିଛି।
ବୈଜ୍ଞାନିକ କାରଣ:
ବିଜ୍ଞାନ ଅନୁସାରେ ପୃଥିବୀର ଦୁଇ ମେରୁ, ଉତ୍ତର ଏବଂ ଦକ୍ଷିଣ ମେରୁରେ ଚୁମ୍ୱକୀୟ ଶକ୍ତି ରହିଛି। ଶାରୀରିକ ସଂରଚନା ଅନୁସାରେ ଯଦି ଆପଣଙ୍କ ମୁଣ୍ଡ ଉତ୍ତର ଦିଗକୁ ଅଛି, ତେବେ ଆପଣଙ୍କ ପାଦ ଦକ୍ଷିଣ ଦିଗକୁ ରହିବ। ଆପଣ ଏଭଳି ଶୋଇଲେ,ଏହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।
ଏହାର ଅର୍ଥ, ଦୁଇ ବିପରୀତ ଦିଗ ଶରୀରର ଉଭୟ ପଟକୁ ନିଜ ଆଡ଼କୁ ଆକର୍ଷଣ କରିଥାନ୍ତି ଏବଂ ଏଥିଯୋଗୁଁ ସ୍ୱାସ୍ଥ୍ୟ ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ।
ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ମଧ୍ୟ କୁହାଯାଇଛି, ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ବ୍ୟକ୍ତିଙ୍କ ଶାରୀରିକ ଶକ୍ତି କ୍ଷୟ ହୋଇଥାଏ। ସକାଳେ ଉଠିବା ପରେ ଥକା ଲାଗିଥାଏ। କିନ୍ତୁ ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ।
ଧାର୍ମିକ କାରଣ:
ପୁରାଣ ଅନୁସାରେ, ଦକ୍ଷିଣ ଦିଗକୁ ଯମଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗକୁ ଗୋଡ଼ ରଖି ଶୋଇଲେ ଶରୀରକୁ ଦୋଷ ଲାଗିଥାଏ। ମହାଭାରତର ଅନୁଶାସନ ପର୍ବ, ପଦ୍ମ ପୁରାଣ ଏବଂ ସୃଷ୍ଟି ପୁରାଣ ଅନୁସାରେ, ଦକ୍ଷିଣ ଦିଗକୁ ଗୋଡ଼ ରଖି ଶୋଇଲେ, ବ୍ୟକ୍ତି ଅଳ୍ପାୟୁଷ ହୋଇଥା’ନ୍ତି। ଏହା ସହିତ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଥାଏ ଏବଂ ଘରୁ ଲକ୍ଷ୍ମୀ ଚାଲି ଯାଇଥା’ନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories