www.samajalive.in
Monday, December 8, 2025
27.1 C
Bhubaneswar

କେରଳରେ ୧୯୨୪ରେ ଆସିଥିଲା ପ୍ରଳୟଙ୍କରୀ ବନ୍ୟା, ଗାନ୍ଧିଜୀ ପଠାଇଥିଲେ ୬୦୦୦ ଟଙ୍କା

ତିରୁଅନନ୍ତପୁରମ : କେରଳ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ପାଣି ଛାଡ଼ିବା ପରେ ଲୋକେ ନିଜ ଘରକୁ ଫେରୁଛନ୍ତି। ବନ୍ୟାରେ ଛାରଖାର ହୋଇଯାଇଥିବା ଘରକୁ ସଜାଡ଼ି ପୁଣି ଥରେ ଜୀବନ ଯାତ୍ରା ସ୍ୱଭାବିକ କରିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ବୋଲି କୁହାଯାଉଛି। ମାତ୍ର ଏହା ପୂର୍ବରୁ ୯୪ ବର୍ଷ ତଳେ ୧୯୨୪ରେ କେରଳ ଏଭଳି ଏକ ଭୟାବହ ବନ୍ୟାର ସମ୍ମୁଖୀନ ହୋଇଥିଲା। ସେତେବେଳେ ଜାତିର ପିତା ମହାତ୍ମା ଗାନ୍ଧି ବନ୍ୟା ପ୍ରପୀଡ଼ିତ କେରଳବାସୀଙ୍କ ସାହାଯ୍ୟ ପାଇଁ ଚାନ୍ଦା ଆଦାୟ କରି ୬ ହଜାର ଟଙ୍କା ପଠାଇଥିଲେ। ଏହାସହ ଲୋକଙ୍କୁ ବନ୍ୟା ପପ୍ରୀଡ଼ିତଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ନିବେଦନ କରିଥିଲେ। ଗାନ୍ଧିଙ୍କ ଆହ୍ୱାନରେ ଲୋକେ ନିଜ ଗହଣା ପର୍ଯ୍ୟନ୍ତ ଦାନ କରିଦେଇଥିଲେ। ବ୍ରିଟିଶ ଅମଳର କାଗଜପତ୍ରରୁ ଏହି କଥା ପଦାକୁ ଆସିଛି। ୧୯୨୪ରେ ଗାନ୍ଧି ନିଜ ଖବରକାଗଜ ‘ୟଙ୍ଗ ଇଣ୍ଡିଆ’ ଏବଂ ‘ନବଜୀବନ’ରେ ମାଲାବର (ବର୍ତ୍ତମାନର କେରଳ) ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସହଯୋଗ ମାଗିଥିଲେ। ଏଥିରେ ଗାନ୍ଧିଜୀ ‘ରିଲିଫ୍‍ ଇନ୍‍ ମାଲବାର’ ଶୀର୍ଷକ ଏକ ସ୍ତମ୍ଭରେ ମାଲବାର ଦୁଃଖ ଅକଳ୍ପନୀୟ ବୋଲି ଲେଖିଥିଲେ। ୧୯୨୪ ବନ୍ୟାରେ କେରଳର ମୁନ୍ନାର, ତ୍ରୁଚୁର (ବର୍ତ୍ତମାନର ତ୍ରିଶୁର) କୋଝିକୋଡ଼, ଏର୍ଣ୍ଣାକୁଲମ, ଅଲୁୱା, କୁମାରାକୋମ, ଚିଗନ୍ନୁର ଏବଂ ତିରୁଅନନ୍ତପୁରମ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ। ମାଲୟାଲମ କ୍ୟାଲେଣ୍ଡରରେ ଏହାକୁ ସବୁଠୁ ବଡ଼ ବନ୍ୟା ବୋଲି କୁହାଯାଇଥିଲା। ଚଳିତ ବର୍ଷ ବନ୍ୟାରେ କେରଳର ୧୪ ଜିଲାରୁ ୧୧ ଜିଲାରେ ବହୁ କ୍ଷତି ଘଟିଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି। ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ବାସ ହରାଇଛନ୍ତି। ରାଜ୍ୟରେ ପାଖାପାଖି ୨୦ ହଜାର କୋଟି ଟଙ୍କାର କ୍ଷତି ଘଟିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories