‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହେଲେ ରାଜ୍ୟପାଳ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକ ସିଟି ବସ ଡିପୋରେ ରାଜ୍ୟପାଳ ଶୁକ୍ରବାର ଦିନ ଝାଡୁ କରିଛନ୍ତି। ସେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବା ସହ ସ୍ୱଚ୍ଛତା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପୁଲିସ କମିଶନର ଓ ମେୟରଙ୍କୁ ପରାମର୍ଶ ଦେଇଛନ୍ତି।