www.samajalive.in
Sunday, December 7, 2025
15.1 C
Bhubaneswar

ସତ୍ୟର ବାହକ-ଧର୍ମ

ଗ୍ରାମରେ ରହୁଥିଲେ ସଜ୍ଜନ ପ୍ରସାଦ ନାମକ ଜଣେ ବିଜ୍ଞ ବ୍ୟକ୍ତି। ସଜ୍ଜନପ୍ରସାଦ ସଦାଚାରୀ ତଥା ଈଶ୍ବରଭକ୍ତ ଥିଲେ, ହେଲେ ସ୍ଥୂଳବୁଦ୍ଧି ସଂପନ୍ନ ଥିଲେ। ଧର୍ମର କିଛି ଯୁକ୍ତିସମ୍ମତ ସ୍ବରୂପ ଅଛି- ଏହା ସେ ଜାଣି ନଥିଲେ। ତାଙ୍କର ପ୍ରତିଦିନର କାମ ଭିତରେ ଶଙ୍ଖ ଫୁଙ୍କିବା ଥିଲା ଅନ୍ୟତମ। ପ୍ରତିଦିନ ପୂଜା ସରିଲା ପରେ ଖୁବ୍‌ ଜୋର୍‌ରେ ସେ ତିନିଥର ଶଙ୍ଖ ଫୁଙ୍କିଥାନ୍ତି। କିଛିଦୂରରେ ରହୁଥିବା ଜଣେ ପଡ଼ୋଶୀଙ୍କର ଏକ ଗଧଥିଲା ଜିନିଷପତ୍ର ନେବା ଆଣିବା କରିବା ପାଇଁ। ଶଙ୍ଖ ଧ୍ବନି ଶୁଣିବାମାତ୍ରେ ସ୍ବଗୋତ୍ରୀୟ କେହି ବୋବାଉଛି ଭାବି ସେ ମଧ୍ୟ ଜୋରରେ ରଡ଼ି ଛାଡ଼ୁଥିଲା। ପଣ୍ଡି​‌େ​‌ତ ପ୍ରତ୍ୟହ ଏହା ଶୁଣି ବହୁତ ଖୁସି ହୋଇଯାଉଥିଲେ। ମନେମନେ ଭାବିନେଲେ ଏହି ଗଧ ନିଶ୍ଚୟ ପୂର୍ବଜନ୍ମରେ ଜଣେ ପ୍ରଖ୍ୟାତ ଭକ୍ତ ଥିଲା, ତେଣୁ ମୋର ଶଙ୍ଖଧ୍ବନି ଶୁଣି ସେ ପ୍ରତ୍ୟୁତ୍ତର ଦେଉଛି, ମୋର ସାଥ୍‌ ଦେଉଛି। ଦିନେ ଗଧର କର୍କଶ ସ୍ବର ଆଉ ଶୁଭିନଥିଲା। ପଣ୍ଡି‌େ‌ତ ଏହାର ପତ୍ତା ନେଲେ, ଜାଣିବାକୁ ପାଇଥିଲେ ଗଧଟି ମରିଯାଇଛି।
ଗଧର ସମ୍ମାନାର୍ଥେ ପଣ୍ଡିତ ମହାଶୟ ରୀତିମତ ତର୍ପଣ ଓ ଅନ୍ୟାନ୍ୟବିଧି ଉପଚାର କରି କେଶ ମୁଣ୍ଡନ କଲେ। ଲଣ୍ଡିତ ମସ୍ତକ ହୋଇ ଦୋକାନକୁ ସଉଦା ଆଣିବାକୁ ଯିବା ସମୟରେ ଦୋକାନୀ ଉତ୍ସୁକତାବଶତଃ ପଚାରିଥିଲା- ପଣ୍ଡିତ ମହାଶୟ! କେଶ ମୁଣ୍ଡନ କରିଛନ୍ତି କାହିଁକି ? କ’ଣ କାହାର ଦେହାନ୍ତ ହୋଇଗଲା? ପଣ୍ଡିତ ଦୁଃଖରେ ମ୍ରିୟମାଣ ହୋଇ କହିଲେ- ଭାଇ! କ’ଣ କହିବି? ଶଙ୍ଖରାଜ ଆଉ ଆମ ଗହଣରେ ନାହାନ୍ତି। ଏହା ଶୁଣି ଦୋକାନୀ ମଧ୍ୟ ଅତି ଦୁଃଖପ୍ରକାଶ କଲା। ପଣ୍ଡିତେ ଚାଲିଆସିବା ପରେ ଦୋକାନୀ ନିଜ ସ୍ଥୂଳବୁଦ୍ଧିରେ ଭାବିନେଲା ନିଶ୍ଚୟ କେହି ନା କେହି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ଦେହାନ୍ତ ହୋଇଯାଇଛି। ପଣ୍ଡିତଙ୍କ ପରି ସେ ମଧ୍ୟ ସମ୍ମାନ ଜଣାଇ କେଶ ମୁଣ୍ଡନ କରିଦେଲା। କିଛିକ୍ଷଣ ପରେ ଜନୈକ ପରିଚିତ ସିପାହି ଦୋକାନୀଙ୍କୁ ପଚାରିଥି‌େ‌ଲ – ଭାଇ! କେଶମୁଣ୍ଡନ କରିଛନ୍ତି କାହିଁକି? ଦୋକାନୀ ମଧ୍ୟ ସେହି ଉତ୍ତର ଦେଇଥି​‌େ​‌ଲ- ଭାଇ! କ’ଣ କହିବି ଶଙ୍ଖରାଜଙ୍କ ଦେହାନ୍ତ ହୋଇଗଲା। ସିପାହି ମଧ୍ୟ ଭାବିଲା ନିଶ୍ଚୟ ଶଙ୍ଖରାଜ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି, ନଚେତ ଦୋକାନୀ କେଶ ମୁଣ୍ଡନ କରିଥାନ୍ତେ କାହିଁକି? ଏହାଭାବି ସେ ମଧ୍ୟ କେଶ ମୁଣ୍ଡନ କରିଥିଲେ। ଦେଖୁଦେଖୁ ଏହି ସମାଚାର ନଗର ସାରା ବ୍ୟାପିଗଲା। ନଗରରେ ଅନେ​‌େ​‌କ ଲଣ୍ଡିତ ମସ୍ତକଙ୍କୁ ଦେଖିବାକୁ ମିଳିଲା। ରାଜା ଏହା ଜାଣିବାକୁ ପାଇ ଘଟଣାର ସତ୍ୟାନୁସନ୍ଧାନ ପାଇଁ ଅନୁଚରମାନଙ୍କୁ ନିର୍ଦେଶ ଦେଲେ। ସେମାନେ ଶଙ୍ଖରାଜ କିଏ ପଚାରିପଚାରି ମୂଳ ଉତ୍ସକୁ ଆସିଲାବେଳକୁ ଜାଣିପାରିଲେ ଶଙ୍ଖରାଜ ନାମଧାରୀ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତି ନୁହନ୍ତି ଏକ ବୋକ୍‌ଚାବୁହା ଗଧ। ତା’ରି ଦେହାନ୍ତ ହୋଇଯାଇଛି। ଏବେ ଯେଉଁମାନେ କେଶ ମୁଣ୍ଡନ କରିଥିଲେ ସମସ୍ତେ ଲଜ୍ଜିତ ହେଲେ। ରାଜା ଏହା ଶୁଣି କହିଥିଲେ- ସମାଜର ଅନ୍ଧବିଶ୍ବାସ ଏହି ଭାବରେ ବିସ୍ତାରଲାଭ କରିଥାଏ। ଧର୍ମ, ସତ୍ୟ ପ୍ରତିଷ୍ଠା ନିମିତ୍ତ ଉଦ୍ଦିଷ୍ଟ, ପରମ୍ପରା ନିର୍ବାହ ନିମନ୍ତେ ନୁହେଁ। ସତ୍ୟାସତ୍ୟ ନ ଜାଣି କୌଣସି କାର୍ଯ୍ୟ କରିବା ସମୀଚୀନ ନୁହେଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories