www.samajalive.in
Tuesday, December 9, 2025
15.1 C
Bhubaneswar

ଚାଷୀ ମୁଣ୍ଡରେ ଚଡ଼କ; ମୁଗ ଫସଲ ଖାଇଗଲେ ଜଉପୋକ

ସୁଆଣ୍ଡୋ: ଚାଷୀର ଧର୍ମ ପାଇଲେ ମାଟି ତାଡିବ ନ ପାଇଲେ ବି ତାଡିବ । ହିନିମାନିଆ ହେବାକୁ ସତେ ଯେମିତି ଚାଷୀଟିର ଜନ୍ମ । ବାତ୍ୟା, ମରୁଡି, ଅତିବୃଷ୍ଟି, ରୋଗ, ପୋକ, ଅଭାବୀ ବିକ୍ରି ଚାଷୀର ଚିର ସହଚର। ଯେତେ ଯାହା ପ୍ରତିକୂଳ ଅବସ୍ଥା ଆସିଲେ ମଧ୍ୟ ଚାଷୀ ତାର ଫସଲକୁ ବଞ୍ଚାଇବା ପାଇଁ ଲହୁଲୁହାଣ ହୋଇ କ୍ଷେତ କିଆରୀରେ ଖଟୁଥାଏ । ଗତ ଧାନ ଅମଳ ସମୟରେ ଲଗାଣ ବର୍ଷା ଯୋଗୁ ପାଚିଲା ଧାନ ଚାଷୀ ଆଖି ଆଗରେ ବିଲରେ ସଢିଗଲା । ମାଟି ସାଉଁଟି ଯାହା ଗଣ୍ଡେ ଅମଳ କଲା ମଣ୍ଡିରେ ୧୦/ ୧୫ କିଲୋ କଟଣି ଛଟଣି ଦେଇ ନଅ ଛଅ କରି ବିକିଲେ । ଆଶା କରିଥିଲା ବିଲରେ ମୁଗ ବୁଣି କ୍ଷତି ଭରଣା କରିବ । ଧାର କରଜ କରି ଚାଷୀ କିଲୋ ପ୍ରତି ୫୦ ଟଙ୍କା ଦେଇ ମୁଗ ବିହନ କିଣି ଟ୍ରାକ୍ଟର ଭଡ଼ା ଦେଇ ବିଲରେ ବୁଣିଥିଲା । ହେଲେ ତାକୁ ଦଇବ ସହିଲା ନାହିଁ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ୨୪ଟି ପଞ୍ଚାୟତରେ ପ୍ରାୟ ୩ ହଜାର ହେକ୍ଟର ଜମିରେ ମୁଗ ବୁଣା ଯାଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଏବେ ଗଛରେ ଫୁଲ ଫଳ ଆସିବା ସମୟ। ଫୁଲ ଫଳ ଭର୍ତ୍ତି ମୁଗ କିଆରିଗୁଡିକରେ ଜଉପୋକ, ପୋଲଗରା, ନଳି ପୋକ ଆଦି ପ୍ରଜାତିର ପୋକ ଲାଗି ହେକ୍ଟର ହେକ୍ଟର ମୁଗ କିଆରି ପଦା କରି ଗଲେଣି । ଏପରି ହୋଇଛି ଯେ ସକାଳେ ଦେଖି ଥିବା ଫସଲ କିଆରି ସ୍ଥିତି ଉପରବେଳାକୁ ପୋକ ଖାଇ କିଆରି ପଦା ହୋଇଯାଉଛି । ମହିଳା ଗୋଷ୍ଠୀରୁ ଋଣ କରି ଏକର ପ୍ରତି ୨ ହଜାର ଟଙ୍କାର ଔଷଧ କିଣି ଚାଷୀମାନେ ବିଲରେ ପକାଇଲେ। ହେଲେ ପୋକ ଔଷଧକୁ ମାନୁ ନାହାଁନ୍ତି । ପୋକ ଖିଆ ମୁଗ କିଆରି ଦେଖି ଚାଷୀ ମୁଣ୍ଡରେ ହାତଦେଇ ବସିଲେଣି । ଏ ସମ୍ପର୍କରେ ଆନନ୍ଦ ପୁରଗ୍ରାମର ଚାଷୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ସୁଆଣ୍ଡୋର ନକୁଳ ଭୋଇ, ବିଦ୍ୟାଧରପୁରର ବାଳକୃଷ୍ଣ ବେହେରା, ପରଜାପଡାର ବିଶ୍ୱନାଥ ପରିଡା, ଅଳଗୁମର ଶଙ୍କର ମୁଦୁଲି ପ୍ରମୁଖ କହନ୍ତି ଖାଲି କାଳିଆ ଟଙ୍କା ହେଉ କି ପ୍ରଧାନମନ୍ତ୍ରୀ ପିଏମ କିଶାନ ଟଙ୍କା ଦେଇଦେଲେ ଚାଷୀର ଉନ୍ନତି ହେବା ସମ୍ଭବ ନୁହେଁ । ସେଥିପାଇଁ କୃଷି ବିଭାଗ ତରଫରୁ ଚାଷୀଙ୍କୁ ଚାଷ ଆରମ୍ଭ ବେଳେ ପରାମର୍ଶ ଦେବା, ଫସଲ କିଆରି ପରିଦର୍ଶନ କରିବା ଓ ଅସମୟରେ ଚାଷୀ ପାଖରେ ଠିଆ ହୋଇ ସହଯୋଗ ର ହାତ ବଢେଇଲେ ଯାଇ ଚାଷ ଆଉ ଚାଷୀର ଉନ୍ନତି ସମ୍ଭବ ହୋଇପାରିବ ବୋଲି କହନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories