କାହାକୁ ନେଇ ଚିନ୍ତିତ ଭାରତୀୟ?
ନୂଆଦିଲ୍ଲୀ: ଏକ ବିଶ୍ୱସ୍ତରୀୟ ସର୍ଭେକ୍ଷଣରେ ଭାରତରେ ସବୁଠାରୁ ବେଶି ଚିନ୍ତାର କାରଣ ଜଣା ପଡ଼ିଛି। ଭାରତରେ ସର୍ବାଧିକ ମାନଶିକ ଚିନ୍ତାର କାରଣ ବେରୋଜଗାର ବୋଲି ସର୍ଭେକ୍ଷଣ ସଂସ୍ଥା ରିପୋର୍ଟ ପ୍ରଦାନ କରିଛି। ବିଶ୍ୱର ସମସ୍ତ ଦେଶ ତାଲିକାରେ ବେରୋଜଗାର ପାଇଁ ଭାରତୀୟ ସବୁଠାରୁ ଚିନ୍ତିତ ରହୁଥିବାବେଳେ ଭାରତ ତଳେ ନାଇଜେରିଆ ରହିଛି। ଗୋଲକିପର ଗ୍ଲୋବାଲ ୟୁଥ ଆଉଟଲୁକ୍ ପୋଲ ଦ୍ୱାରା ହୋଇଥିôବା ସର୍ଭେକ୍ଷଣରେ ଏହି ତଥ୍ୟ ପ୍ରଘଟ ହୋଇଛି।