www.samajalive.in
Sunday, December 7, 2025
26.1 C
Bhubaneswar

ଯଦି ବ୍ୟଭିଚାର, ସମଲିଙ୍ଗୀ ଅପରାଧ ନୁହେଁ ତେବେ ତିନି ତାଲକ୍‌ କାହିଁକି:ଓବେସୀ

ନୂଆଦିଲ୍ଲୀ: ବ୍ୟାଭିଚାର ଆଇନ ଉପରେ ସୁପ୍ରିମ କୋର୍ଟର ରାୟ ପରେ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସ୍ଲିମିନ୍‍(ଏଆଇଏମ୍‍ଆଇଏମ୍‍)ର ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ଅସଦୁଦ୍ଦିନ୍‍ ଓବେସୀ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଥମେ ଧାରା ୩୭୭, ଏବେ ପୁଣି ଧାରା ୪୯୭କୁ ଅସମ୍ବିଧାନିକ ଘୋଷଣା କରାଗଲା। ଅଥଚ ତିନି ତାଲକ ଅପରାଧରେ ଦଣ୍ଡିତ କରିବାର ନିୟମ ବଳବତ୍ତର ରହିଗଲା। ଏହା କି ପ୍ରକାର ନ୍ୟାୟ ବୋଲି ଓବେସୀ ପାଲଟା ପ୍ରଶ୍ନ କରିଛନ୍ତି।

ଓବେସୀଙ୍କ ମନ୍ତବ୍ୟ ଅନୁଯାୟୀ ମୁସଲିମ ବିବାହ “ନିକାହ’ ଏକ ଚୁକ୍ତି ଅନ୍ତର୍ଗତ । ଆମ ସମାଜ ପୈତୃକ ଶାସନାତ୍ମକ। ଏଭଳି ପରିସ୍ଥିତିରେ ମହିଳାଙ୍କ ସହଯୋଗ କିଏ କରିବ? ଯଦି ସ୍ୱାମୀଙ୍କୁ ଜେଲ ଦଣ୍ଡ କରି ଦିଆଯାଏ ତେବେ ପତ୍ନୀ କାହିଁକି ତା’ର ଅପେକ୍ଷାରେ ରହିବ? ବୋଲି ଓବେସୀ ପାଲଟା ପ୍ରଶ୍ନ କରିଛନ୍ତି । ବିବାହ ଏକ ସାମାଜିକ ଚୁକ୍ତି ମାତ୍ର। ଏହି ଚୁକ୍ତି ମଧ୍ୟରେ ଅପରାଧିକ ବ୍ୟବସ୍ଥା ରଖାଯିବା ଉଚିତ ନୁହେଁ। ଏଭଳି ପରିସ୍ଥିତିରେ ସୁପ୍ରିମ କୋର୍ଟ ୩ତାଲାକକୁ ଅସମ୍ବିଧାନିକ ଘୋଷଣା କରିବା ପରିବର୍ତ୍ତେ ଦେଶର ୨୪ଲକ୍ଷ ବିବାହିତ ମହିଳାଙ୍କ ସମ୍ପର୍କରେ ଚିନ୍ତା କରିବା ଉଚିତ। ଯେଉଁମାନଙ୍କୁ ତାଙ୍କ ସ୍ୱାମୀ ତାଲକ ନଦେଇ ଛାଡ଼ି ଦେଇଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories