www.samajalive.in
Saturday, December 6, 2025
16.1 C
Bhubaneswar

ସିବିଆଇର ପ୍ରାକ୍ତନ କାର୍ଯ୍ୟକାରୀ ନିର୍ଦେଶକଙ୍କୁ ୧ଲକ୍ଷ ଜରିମାନା

ନୂଆଦିଲ୍ଲୀ: ବିହାର ମୁଜଫରପୁର ଆଶ୍ରୟସ୍ଥଳ ମାମଲାରେ ସିବିଆଇର ପ୍ରାକ୍ତନ ନିର୍ଦେଶକ ନାଗେଶ୍ୱର ରାଓଙ୍କୁ ସୁପ୍ରିମ କୋର୍ଟ ଦଣ୍ଡିତ କରିଛନ୍ତି। ମଙ୍ଗଳବାର ଏହି ମାମଲାର ଶୁଣାଣି କରିବାକୁ ଯାଇ ସୁପ୍ରିମ କୋର୍ଟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶ୍ରୀ ରାଓଙ୍କ କ୍ଷମା ଆବେଦନକୁ ନାମଞ୍ଜୁର କରିବା ସହ ଏକ ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦେଶ ଦେଇଥିଲେ। ଏହା ବ୍ୟତୀତ ବୁଧବାର ଯେତେ ସମୟ ଧରି ବିଚାର ପ୍ରକ୍ରିୟା କୋର୍ଟରେ ଚାଲିବ ସେତେ ସମୟ ଧରି ଶ୍ରୀ ରାଓଙ୍କୁ କୋର୍ଟ ପରିସରରେ ବସିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।
ମୁଜଫରପୁର ଆଶ୍ରୟ ଗୃହ ମାମଲାରେ ତଦନ୍ତ କରୁଥିବା ସିବିଆଇ ଟିମରେ କୌଣସି ପରିବର୍ତ୍ତନ କିମ୍ବା ବଦଳି କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେବା ସହ ଅରୁଣ ଶର୍ମାଙ୍କ ନେତୃତ୍ୱରେ ତଦନ୍ତ ଅବ୍ୟାହତ ରହିବ ବୋଲି ନିର୍ଦେଶ ଦେଇଛନ୍ତି। ନାଗେଶ୍ୱର ରାଓଙ୍କ ସମେତ ଏସ ଭସୁରଣଙ୍କ ଉପରେ ମଧ୍ୟ ୧ଲକ୍ଷ ଟଙ୍କା ଅର୍ଥଦଣ୍ଡ ଲଗାଯାଇଛି।
ପ୍ରଧାନ ବିଚାରପତିଙ୍କ ଶୁଣାଣି ଶେଷ ହେବା ପରେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ଏ ସମ୍ପର୍କରେ କୋର୍ଟର ପୁନର୍ବିଚାର କରିବାକୁ ଆବେଦନ କରିଥିଲେ। ଶ୍ରୀ ରାଓ ୩୨ ବର୍ଷ ଧରି ବିଭାଗରେ କାର୍ଯ୍ୟ କରୁଥିବା ହେତୁ ତାଙ୍କ ବିରୋଧରେ କୋର୍ଟର ରାୟ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେବ ବୋଲି ଯୁକ୍ତି ଦର୍ଶାଇଥିଲେ।
ଅଥଚ ପ୍ରଧାନ ବିଚାରପତି ତାଙ୍କ ରାୟକୁ ବଳବତ୍ତର ରହିବା ସହ ଶ୍ରୀ ରାଓ କୋର୍ଟର ଅବମାନନା କରିଥିବାରୁ ତାଙ୍କ କ୍ୟାରିୟର ପ୍ରଭାବିତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। କୋର୍ଟ ନିର୍ଦେଶ ସତ୍ତେ୍ୱ ଶ୍ରୀ ରାଓ ଡିଓପିଟି ସମ୍ପର୍କିତ ତଥ୍ୟ କୋର୍ଟଙ୍କୁ ଅବଗତ କରାଇ ନଥିଲେ। ଡିଓପିଟି ନିର୍ଦେଶନାମାରେ ଶ୍ରୀ ରାଓଙ୍କ ଦସ୍ତଖତ ରହିଥିବା ବେଳେ ସେ ଘଟଣା ସମ୍ପର୍କରେ ଜାଣି ନାହାନ୍ତି ବୋଲି ଯୁକ୍ତି ଦର୍ଶାଇବା ଯୁକ୍ତିଯୁକ୍ତ ନୁହେଁ ବୋଲି ଅଦାଲତ କହିଥିଲେ।
ଅପରପକ୍ଷରେ ଲିଗାଲ ଆଡଭାଇଜ ପ୍ରକ୍ରିୟା ଯୋଗୁଁ ବଦଳି ନିର୍ଦେଶ ସମ୍ପର୍କରେ କୋର୍ଟକୁ ଅବଗତ କରିବାକୁ୨ ସପ୍ତାହ ବିଳମ୍ବ ହୋଇଥିବା ବେଣୁଗୋପାଳ କହିଥିଲେ।
ସୂଚନାଯୋଗ୍ୟ, ମୁଜଫରପୁର ଆଶ୍ରୟସ୍ଥଳୀ ମାମଲାର ତଦନ୍ତ ଦାୟିତ୍ୱରେ ଥିବା ଏକେ ଶର୍ମାଙ୍କ ବଦଳି କୋର୍ଟର ଅନୁମତି ବିନା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ ସିବିଆଇର ୨ ପ୍ରମୁଖ ନିର୍ଦେଶକ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଉପୁଜିଥିବା ବିବାଦ ହେତୁ ସିଭିସିର ପରାମର୍ଶକ୍ରମେ ସିବିଆଇର ଅସ୍ଥାୟୀ ନିର୍ଦେଶକ ଭାବେ ନାଗେଶ୍ୱର ରାଓ ଅବସ୍ଥାପିତ ହେବା ପରେ ଏକେ ଶର୍ମାଙ୍କ ସମେତ ଏକାଧିକ ଅଧିକାରୀଙ୍କ ବଦଳି କରି ଦେଇଥିଲେ। ଏହା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି କରାଯାଇ ଥିଲା।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories