www.samajalive.in
Saturday, December 6, 2025
26.1 C
Bhubaneswar

ଚା’ କରିବା ପରେ ଚା’ପତିକୁ ଫିଙ୍ଗନ୍ତୁ ନାହିଁ : ଏହା ଖୁବ୍ ଉପକାରୀ

ଭାରତରେ ପ୍ରାୟ ସବୁଘରେ ପ୍ରତ୍ୟେକ ଦିନ ଚା’ ନିଶ୍ଚିତ ଭାବେ କରାଯାଇଥାଏ। ଚା’ ପ୍ରସ୍ତୁତ ହେବା ପରେ ଏହି ଚା’ପତିକୁ ସାଧାରଣତଃ ଆପଣ ଫୋପାଡ଼ି ଦେଉଥିବେ। ହେଲେ କ’ଣ ଆପଣ ଜାଣନ୍ତି ବ୍ୟବହାର ହୋଇସାରିଥିବା ଏହି ଚା’ପତି ଆପଣଙ୍କ ଅନେକ କାମରେ ଆସି ପାରିବ। ବିଭିନ୍ନ ସମସ୍ୟା ଦୂର କରିବାରେ ଏହା ବିଶେଷ ରୂପେ ସହାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ବ୍ୟବହାର ହୋଇଥିବା ଚା’ ପତି ଆମର କେଉଁ କାମରେ ଲାଗିଥାଏ –

-ଚା’ପତିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ। ଶରୀରର କୌଣସି ସ୍ଥାନରେ ଆଞ୍ଚୁଡି ହୋଇଗଲେ କିମ୍ବା ଖଣ୍ଡିଆ ହୋଇ ରକ୍ତ ବାହାରୁଥିଲେ ସେହି ସ୍ଥାନରେ ଚା’ପତି ଲଗାଇବା ଦ୍ବାରା ରକ୍ତ ବାହାରିବା ବନ୍ଦ ହୋଇଯାଇଥାଏ। ବ୍ୟବହାର ହୋଇଥିବା ଚା’ପତିକୁ ଭଲ ଭାବେ ଧୋଇ ତାକୁ ଗୁଣ୍ଡ କରି କ୍ଷତ ସ୍ଥାନରେ ଲଗାଇଲେ ଶୀଘ୍ର ଉପଶମ ମିଳିଥାଏ।

- Advertisement -

-ବ୍ୟବହାର ହୋଇଥିବା ଚା’ପତି କେଶକୁ ନରମ କରିବା ସହ କେଶର ଚମକ ବଢାଇବାରେ ସାହାଯ୍ୟ କରିଥାଏ। ଚା’ପତିର ପାଣି ପ୍ରାକୃତିକ କଣ୍ଡିସନର ଭଳି କାମ କରିଥାଏ। ଚା’ ପ୍ରସ୍ତୁତ କରି ସାରିବା ପରେ ସେହି ଚା’ପତିକୁ ଧୋଇ ପୁଣିଥରେ ପାଣିରେ ଫୁଟାଇଦେବେ। ଏହାପରେ ଏହାକୁ ଛାଣିଦେବେ ଏବଂ ପାଣି ପୁରା ଥଣ୍ଡା ହେବାପରେ ଏହାକୁ ମେହେନ୍ଦିରେ ଅଁଳା ଗୁଣ୍ଡ ସହ ମିଶାଇ କେଶରେ ଲଗାଇଲେ ବହୁତ ଲାଭ ମିଳିଥାଏ। ଏହାଦ୍ୱାରା କେଶ କୋମଳ ହେବା ସହ ଚମକପ୍ରଦ ମଧ୍ୟ ହୋଇଥାଏ।

-କାଠର ଆସବାବପତ୍ରକୁ ସଫା କରିବାରେ ମଧ୍ୟ ଚା’ପତି ସାହାଯ୍ୟ କରିଥାଏ। ଚା’ପତିରେ ଆସବାବପତ୍ର ସଫା କଲେ ତାହା ଚକଚକ କରିଥାଏ। ବ୍ୟବହାର ହୋଇଥିବା ଚା’ପତିକୁ ପୁଣିଥରେ ଫୁଟାଇଦେବେ। ଏହି ପାଣିକୁ ଛାଣି ଥଣ୍ଡା ହେବାପରେ ଏକ ସ୍ପ୍ରେ ବୋତଲରେ ରଖି ଏଥିରେ ଘରର ସୋଫା, ଡାଇନିଂ ଟେବୁଲ ଇତ୍ୟାଦି ସଫା କଲେ ତାହା ଚକଚକ କରିବ।

-ତେଲ ବା ଘିଅରେ ରୋଷେଇ ହୋଇଥିବା ବାସନ ସହଜରେ ସଫା ହୋଇନଥାଏ। ଚା’ପତିକୁ ପୁଣିଥରେ ଧୋଇ ସଫା ପାଣିରେ ଫୁଟାଇ ସେହି ଚା’ପତିରେ ବାସନ ସଫା କଲେ ବାସନ ଭଲ ଭାବେ ସଫା ହେବ ସହ ନୂଆ ଭଳି ଚକଚକ କରିଥାଏ।

-ବ୍ୟବହାର ହୋଇଥିବା ଚା’ପତି ଖତ ଭାବେ ମଧ୍ୟ କାମ କରିଥାଏ। ସମସ୍ତଙ୍କ ଘରେ ଫୁଲ ଗଛ ଥାଏ। ଏହି ଫୁଲ ଗଛରେ ମଝି ମଝିରେ ଖତ ଦରକାର ପଡ଼ିଥାଏ। ଖତ ଦେଲେ ଗଛ ଭଲ ବଢେ ଏବଂ ଫୁଲ ମଧ୍ୟ ଫୁଟିଥାଏ। ବ୍ୟବହାର ହୋଇଥିବା ଚା’ପତିକୁ ଧୋଇ ଫୁଲ ଗଛ ମୂଳେ ପକାଇଦେଲେ ତାହା ଖତର କାମ କରିଥାଏ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories