www.samajalive.in
Tuesday, December 9, 2025
16.1 C
Bhubaneswar

ଆଦର୍ଶ ଯୁବ ପରିଷଦ ପକ୍ଷରୁ ଜଳସେବା କେନ୍ଦ୍ର ଉଦ୍‌ଘାଟିତ

ବାଙ୍କୀ: ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ବାଙ୍କୀ ଏନଏସି ଅନ୍ତର୍ଗତ ଚକାପଦା ସ୍ଥିତ ଆଦର୍ଶ ଯୁବ ପରିଷଦ ପକ୍ଷରୁ ଚକାପଦାଠାରେ ଏକ ଜଳସେବା କେନ୍ଦ୍ର ଉଦ୍‌ଘାଟିତ ହୋଇ ପଥଚାରୀମାନଙ୍କୁ ଶୁଦ୍ଧ ଶୀତଳ ପାନୀୟ ଜଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ୧ନଂ ୱାର୍ଡର ନବ ନିର୍ବାଚିତ ପାରିଷଦ ସବିତା ନନ୍ଦ ଏହି ଜଳସେବା କେନ୍ଦ୍ରକୁ ମୁଖ୍ୟ ଅତିଥି ଭାବରେ ଉଦ୍‌ଘାଟନ କରିଛନ୍ତି। ଡାକ୍ତର ଜଗଦିଶ ପଣ୍ଡା, ସମାଜସେବୀ ଅଶୋକ କୁମାର ଗିରି, ବାବୁଲି ରଣା, ଅଦ୍ୱୈତ ସାହୁ, ଗିରୀଶ ରଣା, କବି ବଂଶୀଧର ମହାପାତ୍ର, ଅଂଶୁମାନ ବେହେରା, ଇଲା ରଣା, ଉପେନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳକଷ୍ଟରୁ ରକ୍ଷା ପାଇବା ପାଇଁ ମୁଖ୍ୟ ରାସ୍ତାରେ ଯାଉଥିବା ପଥଚାରୀ,ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ଏହି ଜଳଦାନ କେନ୍ଦ୍ର ଦ୍ୱାରା ଉପକାର ପାଇପାରିବେ ବୋଲି ଅନୁଷ୍ଠାନର ସମ୍ପାଦକ ଦେବଦତ୍ତ ରାଉତ ସଂକ୍ଷିପ୍ତ ବକ୍ତବ୍ୟ ପ୍ରକାଶ କରିଛନ୍ତି। ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ସଂଯୋଜନାରେ ଜଳସେବା କେନ୍ଦ୍ର ପରିଚାଳନା କରାଯାଇଛି। ବାଙ୍କୀରେ ୧ମ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ପକ୍ଷରୁ ମହତ କାର୍ଯ୍ୟର ଶୁଭାରମ୍ଭ ଯୋଗୁ ଅତିଥିମାନେ ସଂଯୋଜକ ତଥା ଆବାହକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories