ମରି ବି ଅମର- ମୃତ୍ୟୁପରେ ଅଙ୍ଗଦାନ କରି ଅନ୍ୟର ଜୀବନ ରକ୍ଷା ପାଇଁ ସହାୟକ ହଲେ ପୂର୍ବତନ ବ୍ୟାଙ୍କ ଅଧିକାରୀ ଶରତ ଚନ୍ଦ୍ର ସାହୁ

ଭୁବନେଶ୍ୱର – ‘ଅଙ୍ଗଦାନ’ ଜୀବନର ସର୍ବଶ୍ରେଷ୍ଠ ସମ୍ମାନ । ସଭିଏଁ ଜୀବନରେ କିଛି ନା କିଛି ଦାନ କରିଥାଉ, ଏହା ଖୁସି ଦେଇଥାଏ ଏବଂ ମାନବିକତାର ପରିଚୟ ଦିଏ । ଭଗବାନ ଏତେ ସୁନ୍ଦର ଜୀବନ ଦେଇଛନ୍ତି ଏବଂ ବୈଜ୍ଞାନିକ ମାନେ ବିଜ୍ଞାନକୁ ପରଖି ଅନେକ ଗବେଷଣା କରି ନୂତନ ପରିଭାଷା ସୃଷ୍ଟି କରିଛନ୍ତି । ଏପରିକି ମୃତ୍ୟୁ ପରେ ମଧ୍ୟ ଆମ ଶରୀରର କିଛି ମୂଲ୍ୟବାନ ଅଙ୍ଗ ଅନ୍ୟ ଜଣକ ଜୀବନକୁ ନୂଆ ରୂପ ଦେଇ ପାରିବ । ବାସ୍ତବରେ, ସାର୍ଥକ ଜୀବନର ଅନ୍ୟ ଏକ ନାମ “ଅଙ୍ଗଦାନ” ବୋଲି କୁହାଯାଏ ।

 

prayash

ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ଅନ୍ୟକୁ ବଞ୍ଚିବାର ସୁଯୋଗ ଦେବ। ଶରୀର ଓ ଅଙ୍ଗଦାନ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ଶରୀରର ମୂଲ୍ୟବାନ ଅଙ୍ଗଗୁଡ଼ିକ ପୋଡ଼ି ପାଉଁଶ ହେବା କିମ୍ବା ନଷ୍ଟ ହେବା ପୂର୍ବରୁ ଦାନକରି ଅନ୍ୟକୁ ବଞ୍ଚିବାର ସୁଯୋଗ ଦିଅନ୍ତୁ। ଅଙ୍ଗଦାନ ସବୁଠାରୁ ମହତ ଦାନ । ଏପରି ଏକ ମହତ ଦାନର ବାର୍ତ୍ତା ଦେଇ ମରି ବି ଅମର ହୋଇଯାଇଛନ୍ତି ପୂର୍ବତନ ବ୍ୟାଙ୍କ ଅଧିକାରୀ ଶରତ ଚନ୍ଦ୍ର ସାହୁ । ଭୁବନେଶ୍ୱର ଝାରପଡାରେ ତାଙ୍କର ଘର । ୭୮ ବର୍ଷ ବୟସରେ ହୃଦଘାତରେ ଶରତ ଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଥିଲା । ତା ପୂର୍ବରୁ ସେ ତାଙ୍କର ଅଙ୍ଗଦାନ ପରି ମହତ୍‌ କାର୍ଯ୍ୟ କରିଥିଲେ । ମୃତ୍ୟୁର ଖବର ପାଇ ଭାରତ ଶରୀର ଓ ଅଙ୍ଗଦାନ ସମିତିର ସଦସ୍ୟମାନେ ପହଞ୍ଚିଥିଲେ । ତାଙ୍କ ଆଖିର ପିତୁଳାକୁ ଅନ୍ୟ ଦୃଷ୍ଟିହୀନଙ୍କୁ ଦୃଷ୍ଟି ଶକ୍ତି ଦେବା ପାଇଁ କାଢି ନିଆଯାଇଥିଲା । ଅନ୍ୟ ଦୃଷ୍ଟିହୀନ ଏବଂ ଦୃଷ୍ଟି ବାଧିତଙ୍କୁ ଏହା ଦୁନିଆଁର ଆଲୋକ ଦେଖାଇବାରେ ସହାୟକ ହେବ । ଦୃଷ୍ଟି ଶକ୍ତି ଫେରି ପାଇ ପାରିବେ ସେମାନେ । ପରେ ତାଙ୍କ ଶରୀରକୁ କିମସ୍‌ ହସ୍‌ପିଟାଲ୍‌କୁ ଦାନ କରାଯାଇଥିଲା । ଭାରତ ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ସେଠାରେ ଉପସ୍ଥିତ ରହି ଅଙ୍ଗଦାନର ସମସ୍ତ ପ୍ରକ୍ରିୟାକୁ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ।

 

 

ନିଶ୍ଚୟ ଭାବେ ଶରତ ଚନ୍ଦ୍ର ସାହୁଙ୍କ ଏହି ମହତ୍‌ ଦାନ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ମୃତ୍ୟୁ ପରେ ମଧ୍ୟ ଅନେକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛନ୍ତି ସ୍ୱର୍ଗତ ଶରତ ଚନ୍ଦ୍ର ସାହୁ ।

kalyan agarbati

Comments are closed.