କଲ୍ୟାଣସିଂହପୁରରେ ଭାରତ ବନ୍ଦର ଆଂଶିକ ପ୍ରଭାବ
କଲ୍ୟାଣସିଂହପୁର: ଶ୍ରମିକ ସଂଘ ଦ୍ୱାରା ଦୁଇଦିନ ଧରି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଆଂଶିକ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ଏଠାରେ ଛୋଟ ଯାନବାହାନ ଚଳାଚଳ କରୁଥିବା ବେଳେ ଦୋକାନ ବଜାର, କାର୍ଯ୍ୟାଳୟ ଖୋଲା ରହିଥିଲା । କେବଳ ଯାତ୍ରୀବାହୀ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ଜିନିଷର ଦରଦାମ ବୃଦ୍ଧି ହୋଇ ଚାଲିଛି । ଏହାକୁ ନେଇ ଶ୍ରମିକ ସଂଘ ଦୁଇଦିନ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମଧ୍ୟ ସମର୍ଥନ କରିଛି ।
Comments are closed.