ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଠେଲକୋଲଇ ପୁଳିସ ମୋବାଇଲ ଟାୱାର ବ୍ୟାଟେରୀ ଚୋରି ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୩୪ଟି ଚୋରି ବ୍ୟାଟେରୀ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ଠେଲକୋଲଇ ଥାନା ଅନ୍ତର୍ଗତ ଲପଙ୍ଗାରେ ଥିବା ଏକ ମୋବାଇଲ ଟାୱାରରୁ ଗତ ୧୯ ତାରିଖ ଦିନ ବ୍ୟାଟେରୀ ଚୋରି ହୋଇଥିଲା। ୨୦ ତାରିଖ ଦିନ ଠେଲକୋଲଇ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ପଣ୍ଡଲୋଇର ଏମ ଡି ଅକତର (୩୦) ଓ ଖିଣ୍ଡାର ଗୌତମ ବସରାକୁ ଗିରଫ କରି ଚୋରା କାରବାରରେ ବ୍ୟବହୃତ ଟ୍ରାକ୍ଟରକୁ ଜବତ କରି ୩୪ଟି ଚୋରା ବ୍ୟାଟେରୀ ଉଦ୍ଧାର କରି ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି।
Popular Categories



