www.samajalive.in
Monday, December 8, 2025
14.1 C
Bhubaneswar

ସଡକ ଦୁର୍ଘଟଣାରେ ୫ମୃତ, ୨ଗୁରୁତର

ପୁରୀ: ପୁରୀ ଜଗନ୍ନାଥ ସଡକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହେବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି। ପୁରୀ ଜଗନ୍ନାଥ ସଡକର ସୁକଳ ଭାଇଲିପୁର ନିକଟରେ ମଙ୍ଗଳବାର ଭୋର ସମୟରେ ଏକ ବୋଲେରୋ ଭାରସାମ୍ୟ ହରାଇ ନାଳକୁ ଖସି ପଡିବାରୁ ଏହି ଦୁର୍ଘଟଣା ଘଟିଛି। ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି।
ମୃତକମାନେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡା ଥାନା ଲାଲକମଙ୍ଗ ଗ୍ରାମର ବୋଲି ଜଣା ପଡିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ, ଦୁଇ ଜଣ ଶିଶୁ ଓ ଜଣେ ମହିଳା ଅଛନ୍ତି। ସେମାନଙ୍କ ନାମ କେ.କ୍ରିଷ୍ଣା, ଜଗଦୀଶ, କେ.ୟାମାବତୀ, ଅବନାନ ଓ ୟମାବତୀ।
ସୂଚନାଯୋଗ୍ୟ ଯେ, ସମସ୍ତେ ଏକ ବୋଲେରୋ ଯୋଗେ ଅସ୍ଥି ବିସର୍ଜନ ନିମନ୍ତେ ପୁରୀ ଆସୁଥିଲେ। ବୋଲେରୋଟି ଭାରସାମ୍ୟ ହରାଇ ନାଳ ମଧ୍ୟକୁ ଖସି ପଡିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories