BJD Bijuli 480×75 Mob

ଭୂମିଙ୍କ ପାଇଁ ଶୁଭ ହେଉଛି ଶାଢ଼ି ପିନ୍ଧିବା

BJD Bijuli 480×75 Mob

ଫେବୃୟାରୀରେ ଭୂମି ପେଦନକରଙ୍କ ଅଭିନୀତ ‘ବଧାଇ ଦୋ’ ମୁକ୍ତିଲାଭ କରିଥିଲା। ଏଥିରେ ତାଙ୍କ ସହ କଳାକାର ଭାବେ ରାଜକୁମାର ରାଓ କାମ କରିଥିଲେ। ଭୂମି-ରାଜକୁମାର ଚଳଚ୍ଚିତ୍ରର ପ୍ରଚାର କରିବାରେ ଜୋର୍‌ସାର୍‌ରେ ଲାଗିଥିଲେ। ବଧାଇ ଦୋ’ର ପ୍ରଚାର ପାଇଁ ଭୂମି ସବୁଠିକୁ ଶାଢ଼ି ପିନ୍ଧି ଗଲେ। ଏହା ପଛର ଏକ ବିଶେଷ କାରଣ ଥିଲା।

 

ଏହା ପୂର୍ବରୁ ଭୂମି ଯେଉଁ ସବୁ ଚଳଚ୍ଚିତ୍ରର ପ୍ରଚାରରେ ଶାଢ଼ି ପିନ୍ଧିଯାଇଥିଲେ, ସେଇ ଚଳଚ୍ଚିତ୍ର ହିଟ୍ ହୋଇଥିଲା। ଏହି କଥା ଭାବି ଭୂମି ବଧାଇ ଦୋ’ର ପ୍ରଚାର ଅଭିଯାନରେ ମଧ୍ୟ ଶାଢ଼ି ପିନ୍ଧିଲେ।

 

ଦୁଃଖର କଥା ଯେ, ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କଲାନାହିଁ। ଏଥରକ ଭୂମି ଭାବୁଛନ୍ତି, ତାଙ୍କ ଶୁଭ ସଙ୍କେତ ଭଲ ଫଳ କାହିଁକି ଦେଲା ନାହିଁ । 

Comments are closed.