ପିଏନ୍‍ବିରେ ୨ହଜାର କୋଟି ଟଙ୍କା ଜାଲିଆତି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି)ରେ ଆଇଏଲ୍‍ ଆଣ୍ଡ ଏଫଏସ୍‍ ତାମିଲନାଡୁ ପାୱାର କୋ.ଲିମିଟେଡର ଅନାଦାୟ ଋଣ (ଏନ୍‍ପିଏ) ଋଣ ଆକାଉଣ୍ଟରେ ୨ହଜାର କୋଟି ଟଙ୍କା ଜାଲିଆତି ହୋଇଥିବା ଏବେ ସର୍ବସମ୍ମୁଖକୁ ଆସିଛି। ଦିଲ୍ଲୀସ୍ଥିତ ବ୍ୟାଙ୍କର ଏକ୍ସଟ୍ରା ଲାର୍ଜ କର୍ପୋରେଟ ଶାଖାରେ ଏହି ଜାଲିଆତି ହୋଇଥିବା ବ୍ୟାଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଯାଇଛି।
ପିଏନ୍‍ବି ପକ୍ଷରୁ କୁହାଯାଇଛି ଯେ ଉକ୍ତ କମ୍ପାନୀର ଏନ୍‍ପିଏ ଆକାଉଣ୍ଟରେ ୨୦୬୦.୧୪ କୋଟି ଟଙ୍କାର ଜାଲିଆତି ହୋଇଛି। ଧାର୍ଯ୍ୟ ମାନକ ଅନୁଯାୟୀ ବ୍ୟାଙ୍କ ପକ୍ଷରୁ ଏଥିପାଇଁ ୮୨୪.୦୬ କୋଟି ଟଙ୍କା ଭରଣା କରିବାକୁ ପଦକ୍ଷେପ ନିଆଯାଇଛି। ଗତମାସରେ ପଞ୍ଜାବ ଆଣ୍ଡ ସିନ୍ଦ୍‍ ବ୍ୟାଙ୍କ ମଧ୍ୟ ଉକ୍ତ କମ୍ପାନୀର ଏନ୍‍ପିଏ ଆକାଉଣ୍ଟରେ ୧୪୮ କୋଟି ଟଙ୍କା ବକେୟା ରହିଥିବା ବିଷୟ ଘୋଷଣା କରିଥିଲା। ଏହାକୁ ଜାଲିଆତି ଆକାଉଣ୍ଟ ଭାବରେ ଘୋଷଣା କରାଯାଇ ବ୍ୟାଙ୍କ ପକ୍ଷରୁ ଏ ବାବଦରେ ଆର୍‍ବିଆଇକୁ ଅବଗତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଋଣଗ୍ରସ୍ତ ଇନ୍‍ଫ୍ରାଷ୍ଟ୍ରକଚର ଲିଜିଂ ଆଣ୍ଡ ଫାଇନାନ୍‍ସିଆଲ ସର୍ଭିସେସ ଲିମିଟେଡ ତାହାର ଶକ୍ତି ବିଭାଗ ଆଇଇଡିସିଏଲ୍‍ ଅଧୀନରେ ତାମିଲନାଡୁର କୁଡ୍ଡାଲୋରଠାରେ ତାପଜ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଏକ ସ୍ପେଶାଲ ପର୍‍ପସ ଭେଇକଲ (ଏସ୍‍ପିଭି) ଭାବରେ ଆଇଏଲ୍‍ ଆଣ୍ଡ୍‍ ଏଫଏସ୍‍ ସ୍ଥାପନ କରିଥିଲା।

kalyan agarbati

Comments are closed.