www.samajalive.in
Monday, December 8, 2025
16.1 C
Bhubaneswar

ପୌର ନିର୍ବାଚନ: ବିଜେଡି ନେତାଙ୍କ ଉପରେ ନଜର

ଭୁବନେଶ୍ବର: ରାଜ୍ୟର ୧୦୬ ପୌରାଞ୍ଚଳ, ବିଜ୍ଞାପିତ ପରିଷଦ ଅଞ୍ଚଳ (ଏନଏସି) ଏବଂ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଆରମ୍ଭ ହେଲାଣି। ପଞ୍ଚାୟତ ନିର୍ବାଚନର ଫଳାଫଳ ଯେପରି ପୌର ନିର୍ବାଚନରେ ପୁନରାବୃତ୍ତି ନ ହୁଏ ସେଥିପ୍ରତି ବିଜେପି ଓ କଂଗ୍ରେସ ସତର୍କ ଦୃଷ୍ଟି ରଖିଥିବା ଦଳ ପକ୍ଷରୁ ବିବୃତ୍ତି ଦିଆଯାଇଛି। ପଞ୍ଚାୟତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସର ଶୀର୍ଷ ସ୍ତରୀୟ ନେତା ପ୍ରଚାର ମଇଦାନକୁ ସିଧାସଳଖ ଭାବେ ଓହ୍ଲାଇ ନ ଥିଲେ; କିନ୍ତୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲାଗସ୍ତ କରି ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରିବା ସହିତ ଅନେକ ଜନକଲ୍ୟାଣକାରୀ ଯୋଜନା ପାଇଁ ଆର୍ଥିକ ଅନୁଦାନ ଘୋଷଣା କରିଥିଲେ। ନିର୍ବାଚନ ସମୟରେ ଆଭାସି ମାଧ୍ୟମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢ଼ାଇଥିଲେ। ବିଭିନ୍ନ କାରଣରୁ ବିଜେପି ଓ କଂଗ୍ରେସର ଶୀର୍ଷସ୍ତରୀୟ ନେତା ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରି ନ ଥିଲେ। ପୌର ନିର୍ବାଚନରେ ପ୍ରମୁଖ ତିନି ରାଜନୈତିକ ଦଳର ଶୀର୍ଷସ୍ତରୀୟ ନେତା ପ୍ରଚାର କରିବେ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଇତିମଧ୍ୟରେ ବିଜେପି ପ୍ରଚାରରେ ସାମିଲ ହେବାକୁ ଥିବା ପ୍ରମୁଖ ନେତାଙ୍କ ତାଲିକା ପ୍ରକାଶ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଚଳିତ ପୌର ନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। କଂଗ୍ରେସ ପକ୍ଷରୁ ଏଯାବତ୍‌ ପ୍ରଚାର ତାଲିକା ପ୍ରକାଶ କରାଯାଇ ନାହିଁ।

୨୦୧୭ ପଞ୍ଚାୟତ ଏବଂ ୨୦୧୪ ପୌର ନିର୍ବାଚନ କାଳରେ ବିଜେପି ଓ କଂଗ୍ରେସର ଓଡ଼ିଶା ପ୍ରଭାରୀ ଏବଂ କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ। ଅବଶ୍ୟ ଚଳିତ ପଞ୍ଚାୟତ ନିର୍ବାଚନ ସମୟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଓ କରୋନା କଟକଣା ବଳବତ୍ତର ଥିବାରୁ କେନ୍ଦ୍ରୀୟ ନେତା ଆସି ପାରିଲେ ନାହିଁ ବୋଲି କୁହାଯାଉଛି। ଇତି ମଧ୍ୟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ନେତାମାନେ ଦାୟିତ୍ବ ମୁକ୍ତ ହୋଇଛନ୍ତି। ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଏବେ ଦଳୀୟ ନେତାଙ୍କ ପ୍ରଚାର ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲିଠାରୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେଣୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ନେଇ ଅନିଶ୍ଚିତା ଲକ୍ଷ୍ୟ କରାଯାଉଛି। ଭୁବନେଶ୍ବରରେ ବିଜେଡିର ନେତାମାନେ ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ତୁଳନାରେ ୨୦୨୨ ନିର୍ବାଚନରେ ବିଜେପି ପ୍ରଦର୍ଶନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ଦଳର ବହୁ ତୁଙ୍ଗ ନେତା ଦଳୀୟ ରଣନୀତି ଓ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନୁରୂପ ଭାବେ କଂଗ୍ରେସ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନ ତୁଳନାରେ ଏଥର ଖାସ୍‌ ପ୍ରଦର୍ଶନ କରିପାରିନାହିଁ। ଶାସକ ଓ ବିରୋଧୀ ପରସ୍ପରକୁ ପୌର ନିର୍ବାଚନରେ ମୁକାବିଲା କରୁଥିବାରୁ ଏଥର ଲଢେଇ ରୋଚକ ସ୍ଥିତିରେ ରହିବ ବୋଲି ଚର୍ଚ୍ଚା ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories