www.samajalive.in
Tuesday, December 9, 2025
17.1 C
Bhubaneswar

ତେଲେଙ୍ଗାନା ଯିବେ ଜାମତରା ଗ୍ୟାଙ୍ଗ, ଭୁବନେଶ୍ବର ଏସଡିଜେଏମ କୋର୍ଟରେ ରିମାଣ୍ଡ ଆବେଦନ

ଭୁବନେଶ୍ବର: ଜାମତରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ରିମାଣ୍ଡରେ ନେବ ତେଲେଙ୍ଗାନା ପୁଲିସ। ଆଜି ଜାମତରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ରିମାଣ୍ଡରେ ନେବା ପାଇଁ ତେଲେଙ୍ଗାନା ପୁଲିସ ଟିମ ଭୁବନେଶ୍ବରରେ ପହଞ୍ଚିଛି। ଏହାସହିତ ତେଲେଙ୍ଗାନା ପୁଲିସ ପକ୍ଷରୁ ଏହି ୩ଜଣ ସଦସ୍ୟଙ୍କୁ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ତେଲେଙ୍ଗାନା ପୁଲିସର ରିମାଣ୍ଡ ଆବେଦନ କରିଥିବା ସୂଚନା ମିଳିଛି।

ଓଡ଼ିଶାରେ ଜାମତରା ଗ୍ୟାଙ୍ଗ ସଦସ୍ୟଙ୍କ ରିମାଣ୍ଡ ପରେ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇ କହିଛନ୍ତି ଯେ ରିମାଣ୍ଡରେ ମାଷ୍ଟରମାଇଣ୍ଡ ସମ୍ପର୍କରେ ସୁରାକ ମିଳିଛି। ଝାଡ଼ଖଣ୍ଡରେ ରହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅପରେଟ କରୁଥିଲା। ଲୋକଙ୍କ ବ୍ୟାଙ୍କ ଡାଟା ମୁମ୍ବଇରେ ରହୁଥିବା ଜଣେ ବ୍ୟକ୍ତି ଯୋଗାଉଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୭ଟି ରାଜ୍ୟରେ ୫୫ଟି ଠକେଇ କରିଥିବା ଏତଲା ହୋଇଛି। ସର୍ବାଧିକ ୪୫ଟି ଠକେଇ ମାମଲା ତେଲେଙ୍ଗାନାରେ ଦାୟର ହୋଇଛି। ଅଜଣା ନମ୍ବରରୁ ଆସିଥିବା କଲ ଓ ମେସେଜ ପ୍ରତି ସତର୍କ ରହିବାକୁ ଏଡିଜି କହିଛନ୍ତି। କୌଣସି ବ୍ୟକ୍ତଗତ ନମ୍ବରରୁ କେହି କଲ କରି ଡାଟା ମାଗିଲେ ସତର୍କ ରୁହନ୍ତୁ। କେୱାସି ଅପଡେଟ ବା ଓଟିପି ନମ୍ବର ଆଦୌ ସେୟାର କରନ୍ତୁ ନାହିଁ। ଆସୁଥିବା ଅଜଣା କଲ ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲରେ ଜଣାନ୍ତୁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories