ମହାନଦୀ ବାଲିରୁ ମିଳିଲା ମୃତ କୁମ୍ଭୀର, ନନ୍ଦନକାନନର ତଦନ୍ତକାରୀ ଦଳ ଉପସ୍ଥିତିରେ ହେଲା ବ୍ୟବଛେଦ

ବୌଦ୍ଧ: ବୌଦ୍ଧ ବ୍ଲକ ଅନ୍ତର୍ଗତ ଜଗତି ଠାରେ ମହାନଦୀ ବାଲିକୁଦରୁ ଗତ ଶନିବାର ଦିନ ଏକ ମୃତ କୁମ୍ଭୀର ଉଦ୍ଧାର କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଗତ ଶନିବାର ଦିନ ଏକ କୁମୀରର ଶବ ମହାନଦୀର ଜଗତି ଜଗନ୍ନାଥପୁର ଠାରେ ନଦୀ ବାଲିକୁଦରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବୌଦ୍ଧ ବନ ବିଭାଗ ପକ୍ଷରୁ ମୃତ କୁମ୍ଭୀରକୁ ଉଦ୍ଧାର କରାଯାଇ ବାମଣ୍ଡା ବନ ବିଭାଗ ନର୍ସରୀ ଠାରେ ରଖାଯାଇଥିଲା। ରବିବାର ଦିନ ନନ୍ଦନକାନନର ଏକ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରା କୁମ୍ଭୀରର ଶବ ବ୍ୟବଛେଦ କରିଥିଲେ। ମୃତ କୁମ୍ଭୀରର ଲମ୍ବ ୭.୫ ଫୁଟ ହୋଇଥିବାବେଳେ ଚଉଡା ପ୍ରାୟ ୩୦ ଇଞ୍ଚ ହେବ ବୋଲି ଡା. ବେହେରା ସୂଚନା ଦେଇଛନ୍ତି। ତେବେ ମୃତ କୁମ୍ଭୀର ଦେହରେ କୌଣସି କ୍ଷତ ନଥିବାବେଳେ ଶରୀର ଭିତରେ ରକ୍ତଶ୍ରାବ ଯୋଗୁଁ ତାହାର ମୃତ୍ୟୁ ହୋଇଥିବା ଏବଂ ମୃତ କୁ୍ମ୍ଭୀରର ବୟସ ପ୍ରାୟ ୭ ବର୍ଷ ହେବ ବୋଲି ମଧ୍ୟ ଜଣାପଡିଛି।

 

prayash

ବ୍ୟବଛେଦ ରିପୋର୍ଟ ଆସିଲା ପରେ କୁମ୍ଭୀରର ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ଦିଆଯାଇଛି। ଏପଟେ ଲୋକଙ୍କ କହିବା ଅନୁସାରେ ମୃତ କୁମ୍ଭୀର ଲାଞ୍ଚରେ ଏକ ଟ୍ୟାଗ ଲାଗିଛି ଓ ସେଥିରେ ଏମକେଏମ ୧୪୯ ଲେଖାଥିବା ମିଳିଛି। ମୃତ କୁମ୍ଭୀରଟି ଟିକରପଡା ଠାରୁ ଉଠିଆସିଥିବା ଅନୁମାନ କରାଯାଉଛି। କୁମ୍ଭିରର ମୃତଦେହ ବ୍ୟବଛେଦ ସମୟରେ ବୌଦ୍ଧ ଡିଏଫଓ ଓ ବୌଦ୍ଧ ରେଞ୍ଜର ଉପସ୍ଥିତ ଥିଲେ।

kalyan agarbati

Comments are closed.