nua o banner

ମୋହାଲି ଟେଷ୍ଟର ତୃତୀୟ ଦିନ: ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ୧୭୪ ରନ୍‌ରେ ଅଲଆଉଟ୍

BJD Bijuli 480×75 Mob

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମୋହାଲି ଟେଷ୍ଟ ମ୍ୟାଚର ଆଜି ତୃତୀୟ ଦିନରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏହି ଟେଷ୍ଟର ତୃତୀୟ ଦିନରେ ଶ୍ରୀଲଙ୍କା ମାତ୍ର ୧୭୪ ରନ୍‌ରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂରେ ଶତକ ପରେ ଶ୍ରୀଲଙ୍କାର ୫ଟି ୱିକେଟ ହାସଲ କରିଛନ୍ତି। ସେ ୧୩ ଓଭରରେ ୪ଟି ମେଡେ଼ନ ଓଭର ନେଇଥିବା ବେଳେ ୫ ୱିକେଟ୍ ହାସଲ କରିଛନ୍ତି।

ଏହି ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା। ଜସପ୍ରିତ ବୁମରା ଓ ରବିଚନ୍ଦ୍ରନ ଦୁଇଟି ଲେଖାଏଁ ଓ ସାମି ଗୋଟିଏ ୱିକେଟ୍ ନେଇଛନ୍ତି। ଭାରତ ପ୍ରଥମ ଇନିଂସରେ ୫୭୪ ରନ୍‌ କରିଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ଶ୍ରୀଲଙ୍କା ଦ୍ଵିତୀୟ ଇନିଂସରେ ୧୫ ଓଭର ସୁଦ୍ଧା ୩ ୱିକେଟ୍ ହରାଇ ୪୫ ରନ୍ କରିଛି।

Comments are closed.