www.samajalive.in
Monday, December 15, 2025
17.1 C
Bhubaneswar

ବଡ଼ମ୍ବାରେ ଭୋଟ ଗଣତି, ପ୍ରଥମ ଦିନରେ ୨୯ ନମ୍ବର ଜିଲାପରିଷଦ ଜୋନର ଗଣତି

ବଡ଼ମ୍ବା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶନିବାର ଆରମ୍ଭ ହୋଇଛି। ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତଦାରଖ ଓ ତତ୍ୱାବଧନାରେ ଏହି ଗଣତି ନିରନ୍ତର ଚାଲିଛି। ବ୍ଲକ ଅନ୍ତର୍ଗତ ୩ଟି ଜିଲାପରିଷଦ ଜୋନ ନିମିତ ୩ ଦିନଧରି ପର୍ଯ୍ୟାୟକ୍ରମେ ଶନିବାର, ରବିବାର ଏବଂ ସୋମବାର ଭୋଟ ଗଣତି ଅନୁଷ୍ଠିତ ହେବ।

ଗଣତିର ପ୍ରଥମ ଦିନରେ ଅର୍ଥାତ୍‍ ଶନିବାର ଏହି ବ୍ଲକର ପଶ୍ଚିମାଞ୍ଚଳର ୧୩ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ୨୯ନମ୍ବର ଜିଲା ପରିଷଦ ଜୋନ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ଭୋଟ ଗଣତି ଜାରି ରହିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଅର୍ଥାତ ରାତି ୯ଘଟିକା ପର୍ଯ୍ୟନ୍ତ ସମୁଦାୟ ୯ପାଳି (ଅଷ୍ଟମ ରାଉଣ୍ଡ) ଭୋଟ ଗଣତି ସରିଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ଅପରପକ୍ଷରେ ବଡ଼ମ୍ବା ବ୍ଲକର ଏହି ୨୯ ନମ୍ବର ଜୋନ ନିମିତ ଅନୁଷ୍ଠିତ ଜିଲାପରିଷଦ ସଭ୍ୟ ଭୋଟ ନିମିତ ଗଣତିର ଫଳାଫଳ ଖବର ଲେଖାହେବା ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାଇ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ସ୍ଥିତିଦେଇ ଗତି କରୁଥିବା ଜଣାଯାଇଛି।

- Advertisement -

ଗଣତିର ପ୍ରଥମ ରାଉଣ୍ଡରୁ ୪ର୍ଥ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ୫ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ୧୨୪ଖଣ୍ଡ ଭୋଟ ଅଧିକ ପାଇଥିବା ଜଣାଯାଇଥିଲା। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଅର୍ଥାତ୍‍ ରାତ୍ର ୯ଟା ପର୍ଯ୍ୟନ୍ତ ଗଣତିର ୯ମ ରାଉଣ୍ଡ ସରିଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିପାରିଛି। ଏହି ସମୟ ସୁଦ୍ଧା ବିଜେଡି ଦଳର ଜିଲାପରଷଦ ପ୍ରାର୍ଥୀ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ଆଗୁଆ ଥିବା ପ୍ରକାଶ। ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ସମୁଦାୟ ୧୩ଟି ପଞ୍ଚାୟତରେ ମତଦାନ ସାବ୍ୟସ୍ତ କରିଥିବା ୩୧ହଜାର ୫୯୯ଜଣ ମତଦାତାଙ୍କର ଭୋଟ ଗଣତି କରାଯାଉଛି। ତେବେ ରାତ୍ର ୯ଟା ସୁଦ୍ଧା ସରିଥିବା ଏଥିମଧ୍ୟରୁ ୨୨ହଜାର ୩୦୬ଜଣଙ୍କର ଭୋଟ ଗଣତି କରାଯାଇପାରିଥିବା ଜଣାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories