www.samajalive.in
Monday, December 15, 2025
15.1 C
Bhubaneswar

ରାଜ୍ୟ ଜଳଯୋଗାଣ କର୍ମଚାରୀଙ୍କ ଆନ୍ଦୋଳନ ଡାକରା

ଚୌଦ୍ୱାର: ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ୍େ‍ଯାଗାଣ ଯେତ୍ରରେ କାର୍ଯ୍ୟରତ ହଜାରହଜାର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ମାନେ ନିଜର ହକ୍‍ ଦାବି ପୁରଣ ନହେଲେ ଆସନ୍ତା ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନି ଦେଇଛନ୍ତି। ଶନିବାର ଚୌଦ୍ୱାର ସ୍ଥିତ ଯଯାତି କେଶରୀ କ୍ଲବ ପରିସରରେ ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଂଗଠନ ଏଭଳି ଚରମ ନିଷ୍ପତି ଗ୍ରହଣ କରିଛି। ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି,ଏସ୍‍.ଇ.ଏମ ଓ ଠିକା କର୍ମଚାରୀ ମାନଙ୍କୁ ସର୍ବନିମ୍ନ ଦୈନିକ ମଜୁରି ପ୍ରଦାନ,ସମସ୍ତ ବର୍ଗର କର୍ମଚାରୀଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ,ପେନସନ ସହିତ ବିଭିନ୍ନ ମୌଳିକ ଦାବି ନେଇ ଆଜକୁ ଦୀର୍ଘ ଦିନ ହେବ ସଂଘ ଦାବି କରିଆସୁଅଛି।

ଏନେଇ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ,ନଗର ଉନ୍ନୟନ ମନ୍ତ୍ରୀ,ପଂଚାୟତରାଜ ମନ୍ତ୍ରୀ ଓ ୫ଟି ସଚିବଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କାରଯାଇଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସଂଘର କର୍ମକର୍ତ୍ତା ମାନେ କ୍ଷୋଭର ସହ ପ୍ରକାଶ କରିବା ସହିତ ଆସନ୍ତା ମାସ ଦ୍ୱତୀୟ ସପ୍ତାହରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଗଣଧାରଣା କରିବା ସହିତ ୨୦ଦିନ ଭିତରେ ସରକାର କାର୍ଯାନୁଷ୍ଠାନ ଗ୍ରହଣ ନକରନ୍ତି ମେ ମାସ ଦ୍ୱିତୀୟ ସପ୍ତାହରେ ରାଜ୍ୟବ୍ୟାପି ଜଳଯୋଗାଣ ବନ୍ଦଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂଘର ସାଧାରଣ ସଂପାଦକ ମନୋଜ କୁମାର ମହାନ୍ତି, ରାଜ୍ୟ ସଂପାଦକ ବିରଜା ଶଙ୍କର ନାୟକ, ରାଜ୍ୟ ହିନ୍ଦ ମଜଦୁର ସଭାର ସଭାପତି ବିଜୟ ଭୁଷଣ ପତି ଓ କାର୍ଯ୍ୟକାରୀ ସଭାପତି ଶେଷଦେବ କାଣ୍ଡ ପ୍ରମୁଖ ପ୍ରକାଶ କରିଛନ୍ତି। ସଂଘର ସଭାପତି ହୃଷିକେଶ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର-କଟକ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସଂଘର ଉପଦେଷ୍ଟା ତଥା ବିଜେଡିର ଜିଲ୍ଲା ସଂପାଦକ ଶୁଭେନ୍ଦୁ ସାମଲ ପ୍ରମୁଖ ଯୋଗଦେଇ କର୍ମଚାରୀ ସଂଘର ଆନ୍ଦୋଳନକୁ ପୁର୍ଣ୍ଣ ସମର୍ଥନ ଜଣାଇବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories