www.samajalive.in
Sunday, December 14, 2025
14.1 C
Bhubaneswar

ଜୟୀ ରାଜଗୁରୁ ହେଉଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ

ଭୁବନେଶ୍ୱର: ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶାରେ ଇଂରେଜମାନଙ୍କୁ ହଟାଇବା ପାଇଁ ଯେଉଁମାନେ ସଂଗ୍ରାମ କରିଥିଲେ, ସେମାନଙ୍କ ମଧ୍ୟରେ ଜୟକୃଷ୍ଣ ରାଜଗୁରୁ ମହାପାତ୍ର ତଥା ଜୟୀ ରାଜଗୁରୁ ହେଉଛନ୍ତି ଅଗ୍ରଗଣ୍ୟ। ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ତ୍ୟାଗର ଯେଉଁ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସେ ରଖିଥିଲେ ତାହା ଓଡ଼ିଶା କାହିଁକି ଭାରତ ତଥା ପୃଥିବୀ ଇତିହାସରେ ବିରଳ। ଜୟୀ ରାଜଗୁରୁ ହେଉଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ। ସେ ସର୍ବଦା ଓଡ଼ିଶାବାସୀଙ୍କ ହୃଦୟରେ ଚିର ଜାଜ୍ଜଲ୍ୟମାନ ହୋଇ ରହିବେ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ବିଶିଷ୍ଟ ଶିକ୍ଷାବିତ ତଥା କଥାକାର ସ୍ୱର୍ଗତ ଡ.ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ରଚିତ ପୁସ୍ତକ ‘ଜୟୀ ରାଜଗୁରୁ’ (ଐତିହାସିକ ନାଟକ)ର ହିନ୍ଦୀ ଅନୁବାଦ ଉନ୍ମୋଚନ ଉତ୍ସବରେ ବକ୍ତାମାନେ ପ୍ରକାଶ କରିଛନ୍ତି।

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ସ୍ୱର୍ଗତ ଡ.ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ତଥା କଥାକାର ସ୍ୱର୍ଗତ ଡ.ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ରଚିତ ପୁସ୍ତକ ‘ଜୟୀ ରାଜଗୁରୁ’ (ଐତିହାସିକ ନାଟକ)ର ହିନ୍ଦୀ ଅନୁବାଦ ଉନ୍ମୋଚିତ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ ତଥା କଥାକାର ସ୍ୱର୍ଗତ ଡ.ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ରଚିତ ପୁସ୍ତକ ‘ଜୟୀ ରାଜଗୁରୁ’ (ଐତିହାସିକ ନାଟକ)ର ହିନ୍ଦୀ ଅନୁବାଦ କରିଛନ୍ତି ଡ.ରାଜେନ୍ଦ୍ର ପ୍ରସାଦ ମିଶ୍ର।

- Advertisement -


କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ପୁଲିସ ମହାନିର୍ଦେଶକ ଶରତଚନ୍ଦ୍ର ମିଶ୍ର ଜୟୀ ରାଜଗୁରୁଙ୍କ ଆତ୍ମଜୀବନୀ ଉପରେ ଆଲୋକପାତ କରିବା ସହିତ ସ୍ୱର୍ଗତ ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ। ବିଜ୍ଞାନ ସାହିତ୍ୟକୁ ଲୋକପ୍ରିୟ କରିବାରେ ସ୍ୱର୍ଗତ ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ଅବଦାନ ଅବିସ୍ମରଣୀୟ ଏବଂ ତାହା ମହାନ ଏକ କିମ୍ବଦନ୍ତୀ ପରି ଆଦର୍ଶର ନିଦର୍ଶନ ବୋଲି ଶ୍ରୀ ମିଶ୍ର କହିଥିଲେ। ପୂର୍ବତନ ପୁଲିସ ଅଧିକାରୀ ତଥା ସ୍ତମ୍ଭକାର ବିପିନ ବିହାରୀ ମିଶ୍ର କହିଥିଲେ ଯେ ଆଜି ବିଶିଷ୍ଟ ଶିକ୍ଷାବିତ ତଥା କଥାକାର ସ୍ୱର୍ଗତ ଡ.ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ରଚିତ ପୁସ୍ତକ ‘ଜୟୀ ରାଜଗୁରୁ’  ହିନ୍ଦୀରେ ଅନୁବାଦ କରାଯାଇ ପ୍ରକାଶିତ ହେବା ଦ୍ୱାରା ଏହା ଓଡ଼ିଶାରୁ ବାହାରି ଭାରତକୁ ପ୍ରବେଶ କଲା। ତାଙ୍କର ସାରସ୍ୱତ ସମ୍ଭାରକୁ ଅନ୍ୟ ଭାଷାରେ ଅନୁବାଦିତ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ପଣ୍ଡିତ ଡ.ପ୍ରବୋଧ କୁମାର ମିଶ୍ର ଯୋଗଦେଇ ସ୍ୱର୍ଗତ ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବର୍ଗତ ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ତାଙ୍କର ସାରସ୍ବତ ସମ୍ଭାରକୁ ଅନୁବାଦ କରାଯିବା ନେଇ ଯୋଜନା ରହିଛି ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ। ପ୍ରଫେସର ସୁବାଷଚନ୍ଦ୍ର ଦାଶ ‘ଜୟୀ ରାଜଗୁରୁ’ (ଐତିହାସିକ ନାଟକ)ର ହିନ୍ଦୀ ଅନୁବାଦ ପୁସ୍ତକ ଉପରେ ସୂଚନା ଦେଇଥିବାବେଳେ ଡ.ରୁଦ୍ରନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ପ୍ରତାପ ଆଦିତ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories