ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୩୧ନମ୍ବର ପୁରୀ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କଡା ନିରାପତ୍ତା ମଧ୍ୟରେ ଆଜି ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ମେଟାଲ ଡିଟେକ୍ଟର ଲାଗିଛି । ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କୁ ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ କରା ଯାଉଛି।
ସାକ୍ଷୀଗୋପାଳ : ଭୋଟ୍ ଗଣତି ଜାରି, ବିଜେଡ଼ି ଆଗରେ
ଏହି ଜୋନ ଅନ୍ତର୍ଗତ ଆଳିସ, ନରେନ୍ଦ୍ର ପୁର, ଅଳଗୁମ, ବୀର ରାମଚନ୍ଦ୍ର ପୁର, ଶୁକଳ, ଦାସ ବିଦ୍ୟାଧର ପୁର, ନୂଆ ସୋମେଶ୍ୱର ପୁର, ମଧୁବନ ଓ ସାଣ୍ଢରା ଶାସନ ଗ୍ରାମ ପଞ୍ଚାୟତର ଭୋଟ ଗଣତି ଆରମ୍ଭ ହୋଇଛି। ଏହି ୯ ଗୋଟି ପଞ୍ଚାୟତର ଭୋଟ ଗଣତି ୯ ଗୋଟି ଟେବୁଲରେ ଚାଲିଛି। ପ୍ରଥମେ ପ୍ରତ୍ୟେକ ପଞ୍ଚାୟତର ୧ ନମ୍ବର ୱାର୍ଡ଼ର ସଭ୍ୟ ଓ ସଭ୍ୟା, ସରପଞ୍ଚ ପ୍ରାର୍ଥୀ ଓ ପ୍ରାର୍ଥୀନୀ, ସମିତି ସଭ୍ୟ ଓ ସମିତି ସଭ୍ୟା ପ୍ରାର୍ଥୀନୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣତି ହୋଇଥିଲା।
ପ୍ରଥମେ ପ୍ରତିଦ୍ବନ୍ଦୀତା କରୁଥିବା ୱାର୍ଡ଼ ସଭ୍ୟ କିମ୍ବା ସଭ୍ୟା ମାନେ ପାଇଥିବା ଭୋଟ ଘୋଷଣା କରାଯାଇଥିଲା। ପରେ ବିଜୟୀ ପ୍ରାର୍ଥୀ କିମ୍ବା ପ୍ରାର୍ଥୀନୀଙ୍କ ନାମ ଘୋଷଣା କରା ଯାଇଥିଲା। ତାପରେ ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ପାଇଥିବା ଭୋଟ ଘୋଷଣା କରା ଯାଇଥିଲା।
ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ନିର୍ବାଚନ ଅଧିକାରୀ ତଥା ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା ଓ ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।
Popular Categories



