ଇମ୍ଫାଲ : ମଣିପୁରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ମଣିପୁରରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି।
ଆସନ୍ତା ୨୮ ତାରିଖରେ ମଣିପୁରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ମଣିପୁରର ୬ଟି ଜିଲ୍ଲାର ୩୮ଟି ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ଆସନ ଅନୁସୂଚୀତ ଜାତିର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୮ଟି ଆସନ ଅନୁସୂଚୀତ ଉପଜାତିର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିଛି । ଭୋଟ୍ ନିଆଯାଉଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକ ପୂର୍ବ ଓ ପଶ୍ଚିମ ଇମ୍ଫାଲ, ବିଷ୍ଣୁପୁର, ଫେରଜଲ୍, ଚୂଡ଼ାଚାନ୍ଦପୁର ଓ କାଙ୍ଗ୍ପୋକ୍ପି ଜିଲ୍ଲାରେ ରହିଛି। ଏହି ପର୍ଯ୍ୟାୟରେ ୧୭୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୧୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।
ମଣିପୁର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ, ୨୮ରେ ମତଦାନ
Popular Categories



