www.samajalive.in
Sunday, December 14, 2025
19.1 C
Bhubaneswar

ନାବାଳିକାକୁ ଅପହରଣ ଅଭିଯୋଗ, ଜଣେ ଗିରଫ

ଜି.ଉଦୟଗିରି: ଆଜି ଜି.ଉଦୟଗିରି ପୁଲିସ ଜଣେ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତ ସ୍ଥିତ ବତିଙ୍ଗିଆ ଗ୍ରାମର ରସାନନ୍ଦ ନାୟକଙ୍କ ନାବାଳିକା ଝିଅକୁ ଜି.ଉଦୟଗିରି ବ୍ଳକ ଛକର ହରିବନ୍ଧୁ ପୃଷ୍ଟିଙ୍କ ପୁଅ ଜଗନ ପୃଷ୍ଟି(୨୧) ଅପହରଣ କରି ନେଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ରସାନନ୍ଦଙ୍କ ଅଭିଯୋଗକୁ ଭିତିକରି ଜି.ଉଦୟଗିରି ପୁଲିସ ପକ୍ଷରୁ ଜଗନକୁ ଗିରଫ କରାଯାଇଥିଲା। ଏନେଇ କେସ ନଂ ୩୭/୨୨ ଓ ଧାରା ୩୬୩,୩୬୬,୩୭୬(୨)(ଏନ୍),୩୭୬(୩) ଆଇପିସି ଆର ଡବ୍ଲ୍ୟୁ ୬ ପୋଷ୍କ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାର ତଦନ୍ତଭାର ଏସଆଇ ସ୍ବାଗତିକା ବେହେରାଙ୍କୁ ତଦନ୍ତ ଦିଆଯାଇଛି ବୋଲି ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories