mission shakti banner

ବାଲ୍ୟ ବିବାହ ବନ୍ଦ କରାଇଲା ପୁଲିସ

bjd gruha runa banner

ଗୁଡଭେଲା/ତୁଷୁରା: ତୁଷୁରା ଥାନା ଅନ୍ତର୍ଗତ କୁନ୍ଦେମାଲ ଗାଁରେ ପ୍ରଶାସନ ଏକ ବାଲ୍ୟବିବାହ ବନ୍ଦ କରିଥିବା ଜଣାପଡିଛି। କୁନ୍ଦେମାଲ ଗାଁର କ୍ଷମାନିଧି ବକୁଲଙ୍କ ନାବାଳିକା ଝିଅ ସହ ଦେଓଗାଁ ବ୍ଲକ ଜରାସିଂହା ନିକଟ ଜମାଦାରପାଲି ଗାଁର ଶ୍ୟାମଘନ ବାଗଙ୍କ ପୁଅ ସହିତ ବାହାଘର ସ୍ଥିର ହୋଇଥିଲା। ଝିଅର ବୟସ ୧୮ ହୋଇ ନଥିବାରୁ ଚାଇଲ୍ଡ ଲାଇନ୍ କର୍ମୀ ତପିବର ଭୋଇ, ନିଳାମ୍ବର ମହାନ୍ତି, ଦେଓଗାଁ ବାଲ୍ୟ ବିବାହ ନିରୋଧ ଅଧିକାରିଣୀ ସୁକାନ୍ତି ବେହେରା, ସୁପର୍ଭାଇଜର ଭୂମିସୁତା ମହାନନ୍ଦ, ଅଙ୍ଗନବାଡି କର୍ମୀ ବବିତାଞ୍ଜଳି ବିଶ୍ୱାଳଙ୍କ ସହ ତୁଷୁରା ପୁଲିସ ଏସ୍ଆଇ ଜ୍ୟୋତିରାଣୀ ମହାନନ୍ଦ ପହଞ୍ଚି ବାହା ବନ୍ଦ ପାଇଁ ଝିଅ ପକ୍ଷଙ୍କୁ ବୁଝାସୁଝା କରିଥିଲେ।

Comments are closed.