www.samajalive.in
Monday, December 8, 2025
16.1 C
Bhubaneswar

ଆମ ଦେଶକୁ ସୁରକ୍ଷା ଦେଉଛୁ ଏବଂ ଜାରି ରଖିବୁ – ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରୁଷ –ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୩ୟ ଦିନ। ରୁଷ ସେନା କିଭ୍‍ ରେ ପ୍ରବେଶ କରିସାରିଥିବା ସହ ରାଜଧାନୀକୁ ଯେକୌଣସି ମୂହୁର୍ତ୍ତରେ ମଧ୍ୟ ଅଧିକୃତ କରିପାରନ୍ତି, ଏଭଳି ପରିସ୍ଥିତିରେ  ମଧ୍ୟ  ୟୁକ୍ରେନ ହାର ମାନିନାହିଁ  । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଭିଡିଓ ବାର୍ତ୍ତାରୁ ଏହି ସୂଚନା ମିଳିଛି। ସେ ସୋସିଆଲ ମିଡିଆ ଯୋଗେ ଏହି ଭିଡିଓ ଜାରି କରିଛନ୍ତି।
ଏହି ଭିଡିଓ ବାର୍ତ୍ତାରେ, ଅନ୍ୟ କେତେକ ସହଯୋଗୀ ମଧ୍ୟ ଜେଲେନସ୍କିଙ୍କ ସହିତ ଥିବାର ଦେଖାଯାଉଛି। ଜେଲେନସ୍କି କହିଛନ୍ତି “ଆମେ ଏଠାରେ ଅଛୁ। ଆମର ସୈନ୍ୟବାହିନୀ ଏଠାରେ ଅଛନ୍ତି। ଆମର ନାଗରିକମାନେ ମଧ୍ୟ ଏଠାରେ ଅଛନ୍ତି। ଆମର ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ଆମେ ଏଠାରେ ଅଛୁ। ଆମେ ଆମ ଦେଶକୁ ସୁରକ୍ଷା ଦେଉଛୁ ଏବଂ ଜାରି ରଖିବୁ। ଏହି ଭିଡିଓରେ ତାଙ୍କ ସହ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରିୟ ଭବନର କର୍ମଚାରୀ ଏବଂ ଅନ୍ୟ କିଛି ଅଧିକାରୀ ମଧ୍ୟ ଅଛନ୍ତି। ”
ଜେଲେନସ୍କି ଏହି ଭିଡିଓ ବାର୍ତ୍ତା ଯୋଗେ ପ୍ରକାଶ କରିଛନ୍ତି , ଯେଉଁ ସମୟରେ ତାଙ୍କ ଦେଶ ଛାଡି ପଳାଇଥିବାର ଗୁଜବ ନିଆଁ ପରି ବ୍ୟାପିଗଲା। ଏଭଳି ପରିସ୍ଥିତିରେ ସେ ଭିଡିଓ ଜାରି କରି ନିଶ୍ଚିତ କରିଛନ୍ତି ଯେ ସେ କିଭ୍‍ ରେ ଅଛନ୍ତି ଏବଂ ନିଜ ଦେଶକୁ ରକ୍ଷା କରିବା ପାଇଁ ଶେଷ ନିଶ୍ୱାସ ପର୍ୟ୍ୟନ୍ତ ସଂଗ୍ରାମ ଜାରି ରଖିବେ।
ଜେଲେନସ୍କି ଏହା ପୂର୍ବରୁ ଏକ ଭାବପ୍ରବଣ ଆବେଦନ କରିଥିଲେ । ସେ କହିଥିଲେ, ମୁଁ ୟୁକ୍ରେନରେ ଅଛି। ମୋ ପରିବାର ମଧ୍ୟ ଏଠାରେ ଅଛନ୍ତି । ଆମ ପରିବାର ଦେଶଦ୍ରୋହୀ ନୁହଁନ୍ତି । ସେମାନେ ସମସ୍ତେ ୟୁକ୍ରେନର ନାଗରିକ । ଆମକୁ ସୂଚନା ମିଳିଛି ଯେ ମୁଁ ରୁଷର ପ୍ରଥମ ଟାର୍ଗେଟରେ ଅଛି ଏବଂ ଦ୍ୱିତୀୟଟି ହେଉଛି ମୋର ପରିବାର।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories