www.samajalive.in
Monday, December 15, 2025
15.1 C
Bhubaneswar

କେନ୍ଦ୍ରୀୟ ବିଦ୍ୟାଳୟର ଦ୍ଵିତୀୟ ପରିଚାଳନା କମିଟି ବୈଠକ

ବୌଦ୍ଧ: ବୌଦ୍ଧ କେନ୍ଦ୍ରେୀୟ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଦ୍ଵିତୀୟ ପରିଚାଳନା କମିଟି ବୈଠକ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ୍ୟା ରାଜଲକ୍ଷ୍ମୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବିଦ୍ୟାଳୟର ଦ୍ୱାଦଶ ପରୀକ୍ଷାରେ ଶତପ୍ରତିଶତ ଛାତ୍ର ଛାତ୍ରୀ ପାଶ କରିଥିବା ସୁଚନା ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିବା, ସିବିଏସଇ ବୋର୍ଡ ପରୀକ୍ଷା ବନ୍ଦ ରହିବା, ସମସ୍ତ ଶ୍ରେଣୀ ପାଇଁ ହେଉଥିବା ଅନଲାଇନ କ୍ଳାସ ଓ ଅଫଲାଇନ ଶିକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା। କୋଭିଡ ୧୯ ଯୋଗୁଁ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇପାରିନଥିବାରୁ ସେଥିପାଇଁ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା।

ଏଥିସହିତ ବିଦ୍ୟାଳୟ ସମ୍ମୁଖରେ ଥିବା ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହୋଇସାରିଥିବାବେଳେ ଅଭିଭାବକ ମାନଙ୍କ ପାଇଁ ବିଶ୍ରାମସ୍ଥଳ ନିର୍ମାଣ, ବିଦ୍ୟାଳୟ ବାହାରେ ଡଷ୍ଟବିନର ବ୍ୟବସ୍ଥା ଓ ବିଦ୍ୟାଳୟ ସାମନାକୁ ପରିଷ୍କାର କରିବା ପାଇଁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଅନୁରୋଧ କରାଯାଇଥିଲା। ଏହାସହ ବିଦ୍ୟାଳୟରେ ଥିବା ପମ୍ପ ହାଉସ ନିକଟରେ ବଡ ଗେଟ ନିର୍ମାଣ, ବିଦ୍ୟାଳୟ ସମ୍ମୁଖରେ ସ୍ପିଡବ୍ରେକର ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟର ଅଧକ୍ଷ୍ୟା ଜୋଲି ଟୋମି , ଜିଲା ସୁଚନା ଲୋକସଂପର୍କ ଅଧିକାରୀ ରୀତିକାନ୍ତି ବଳିଆରସିଂହ, ଅଭିଭାବକ ସଦସ୍ୟା ଶିକ୍ଷୟିତ୍ରୀ ଅନୁସୟା ପାଣିଗ୍ରାହୀ ବ୍ରହ୍ମାନନ୍ଦ ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଡେପୁଣି କଲେକ୍ଟର ଶାନ୍ତିସୁଧା ପାତ୍ର, ଶିକ୍ଷକ ପ୍ରଦୀପ କୁମାର ପଣ୍ଡା. ଅମରେନ୍ଦ୍ର ଦଳବେହେରା,ହିରଣ୍ମୟ ଭୁକ୍ତା, ଓ ପ୍ରଭାତ କୁମାର ଦାଶ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories