www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧ ଏନଏସି ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ବୌଦ୍ଧ: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଏନଏସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବୌଦ୍ଧଗଡ଼ ଏନଏସି ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଏହି ତାଲିକାକୁ ପ୍ରକାଶ କରିଥିଲେ। ବୌଦ୍ଧ ଏନଏସିରେ ୧୭ଟି ୱାର୍ଡ ରହିଥିବାବେଳେ ଚୂଡାନ୍ତ ଭୋଟର ତାଲିକା ଅନୁଯାୟୀ ମୋଟ ଭୋଟର ସଂଖ୍ୟା ୧୫,୭୧୦। ସେଥିମଧ୍ୟରୁ ପୁରୁଷ ଭୋଟ ସଂଖ୍ୟା ୭,୭୯୮, ମହିଳା ଭୋଟର ୭,୯୧୨ ଏବଂ ତୃତୀୟ ଲିଙ୍ଗୀଙ୍କ ସଂଖ୍ୟା ଶୂନ ରହିଥିବା ଜଣାପଡ଼ିଛି। ଏହି ଭୋଟର ତାଲିକା ପ୍ରକାଶନ ସମୟରେ ଏନଏସି କର୍ମଚାରୀ ଜୟକୁମାର ତ୍ରିପାଠୀ, ଜିଲା ବିଜେଡି ସଂପାଦକ ଶିତାଂଶୁ ଶେଖର ମହାକୁଳ, ଜିଲା କଂଗ୍ରେସ ପକ୍ଷରୁ ଗଣେଶ କୁମାର ଅଗ୍ରୱାଲା ଓ ବିଜେପି ପକ୍ଷରୁ ତାପସ କୁମାର ପଟ୍ଟନାୟକ ଓ ପ୍ରାଉଟିଷ୍ଟ ବ୍ଲକ ପକ୍ଷରୁ କେଦାରନାଥ ସାହୁ ଉପସ୍ଥିତ ରହିଥିଲେ। ଭୋଟର ତାଲିକା ପ୍ରକାଶ ପାଇବାପରେ ଦଳୀୟ ସଦସ୍ୟମାନଙ୍କୁ ତାଲିକାଥିବା ଗୋଟିଏ ସେଟ୍‍ ଲେଖାଁଏ ବହି ପ୍ରଦାନ କରାଯାଇଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories