www.samajalive.in
Monday, December 15, 2025
15.1 C
Bhubaneswar

ଉମରକୋଟରେ ୮୫.୪୦ଓ ରାଇଘରରେ ୭୮.୯୬ ପ୍ରତିଶତ ଭୋଟଦାନ

ନବରଙ୍ଗପୁର: ଜିଲାର ଉମରକୋଟ ବ୍ଲକ ଓ ରାଇଘର ବ୍ଲକରେ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି। ଉମରକୋଟ ବ୍ଲକର ୩ଟି ଜିଲାପରିଷଦ ଜୋନରେ ମୋଟ ୧୦୮୦୪୮ ଭୋଟର ରହିଥିବା ବେଳେ ମୋଟ ୯୨୨୭୦ ଭୋଟର ଭୋଟ ଦେଇଛନ୍ତି। ଯାହାକି ୮୫.୪୦ ପ୍ରତିଶତ ହୋଇଛି। ସେହିପରି ରାଇଘର ବ୍ଲକର ୪ଟି ଜିଲାପରିଷଦ ଜୋନରେ ମୋଟ ୧୨୩୧୨୮ ଭୋଟର ରହିଥିବା ବେଳେ ସେଥିମଧ୍ୟରୁ ୯୭୨୨୨ଜଣଭୋଟ ଦେଇଛନ୍ତି। ଯାହାକି ୭୮.୯୬ ପ୍ରତିଶତ ଭୋଟଦାନ ହୋଇଛି।

ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହ ହୋଇଥିବା ବେଳେ କୌଣସି ଅପ୍ରତିକର ଘଟଣା ଘଟିନାହିଁ। ଜିଲାପାଳ ଡଃ.କମଳଲୋଚନ ମିଶ୍ର ଓ ଏସପି ପିଏସ. ପୁରୁଷୋତ୍ତମ ଦାସ ବିଭିନ୍ନବୁଥକୁ ଯାଇ ସ୍ଥିତି ଅନୁଧାନ କରିଥିଲେ। ତେବେ ଅପ୍ରତିକର ପରିସ୍ଥିତି ହୋଇନଥିବା ବେଳେ ସୁରୁଖୁରୁରେ ନିର୍ବାଚନ ଶେଷ ହୋଇଛି। ତେବେ ଜିଲାର ୧୦ଟିବ୍ଲକରେ ପାଞ୍ଚଟି ପର୍ଯ୍ୟାୟରେ ୨୬ଟି ଜିଲା ପରିଷଦ ଜୋନରେ ସମସ୍ତ ଭୋଟ ଗ୍ରହଣ ସମାପ୍ତ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories