www.samajalive.in
Sunday, December 14, 2025
23.1 C
Bhubaneswar

କୁଚିଣ୍ଡାରେ ୮୬.୧୪ଭାଗ ମତଦାନ

କୁଚିଣ୍ଡା: କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଶେଷ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳା ସହ ସମାପନ ହୋଇଛି। କୁଚିଣ୍ଡା ବ୍ଲକର ଦୁଇ ଗୋଟି ଜୋନରେ ପ୍ରାୟ ୮୬.୧୪ ଭାଗ ମତଦାନ ହୋଇଥିବା ଜଣାଯାଇଛି। ତେବେ କାଁ ,ଭାଁ ସ୍ଥାନରେ ନିଜ ସମର୍ଥକଙ୍କ ପ୍ରଚାରକୁ ନେଇ ପାଟିତୁଣ୍ଡ କୁଛାଡିଦେଲେ ସମସ୍ତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବ୍ଲକରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୭୭୭୭ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨୮୪୦୧ ରହିଥିଲା। ମୋଟ ୫୬୧୭୮ଜଣ ଭୋଟରଙ୍କ ମଧ୍ୟରୁ ୪୮୩୯୧ଜଣ ମତଦାତା ତାଙ୍କ ମତ ସାବ୍ୟସ୍ତ କରିଥିଲେ। ଜୋନ ୧ରେ ୨୪୦୩୩ ଜଣ ମତଦାତା ସାବ୍ୟସ୍ତ କରିଥିବା ବେଳେ ଜୋନ ୨ରେ ୨୪୩୫୮ଜଣ ମତଦାତ୍ତା ମତଦାନ କରିଥିଲେ। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୪୨୬୬ ଓ ମହିଳା ଭୋଟର ସଂଖ୍ୟା ୨୪୧୨୫ ରହିଥିଲେ। ବାଙ୍କୀ ପଞ୍ଚାୟତରେ ସର୍ବାଧିକ ଶତକଡା ୯୧.୮୫ ମତଦାତ୍ତା ମତଦାନ କରିଥିବା ବେଳେ କୁସୁମୀରେ ସର୍ବନିମ୍ନ ୮୨.୦୮ ଭାଗ ମତଦାନ ହୋଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories