www.samajalive.in
Sunday, December 14, 2025
16.1 C
Bhubaneswar

ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା, ଚାଷୀ ହନ୍ତସନ୍ତ

ଆଠଗଡ଼: ଆଠଗଡ଼ ବ୍ଲକର ସମସ୍ତ କୃଷି ସେବା ସମବାୟ ସମିତିରେ ଚଳିତବର୍ଷ ଖରିଫ ଧାନକ୍ରୟ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଏବଂ ମିଲରଙ୍କର ମନମାନି ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଏପରିକି ସରକାରଙ୍କର ତ୍ରୁଟିପୂର୍ଣ୍ଣ ଧାନକ୍ରୟ ନୀତି ଯୋଗୁଁ ଏହି ବ୍ଲକର ପ୍ରାୟ ୨ହଜାର ଚାଷୀ ସେମାନଙ୍କର ବଳକା ଧାନ ବିକ୍ରୟ କରିନପାରି ହତାଶ ହୋଇପଡ଼ିଛନ୍ତି। ଯେଉଁ ବାରିରେ ଯେଉଁ ସମବାୟ ସମିତିକୁ ଧାନ ସଂଗ୍ରହ ପାଇଁ ମିଲର ଆସିବା କଥା ସେହି ବାରିରେ ସେମାନେ ଆସୁନଥିବାରୁ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରୟ କରିପାରୁନାହାଁନ୍ତି।

ଏହିଭଳି ଅଭିଯୋଗ ଯୋରନ୍ଦା, ସଠିଲୋ, ନିଜିଗଡ଼ ସମେତ ଆଠଗଡ଼ ଓ ତିଗିରିଆ ବ୍ଲକର ଅନେକ ସମବାୟ ସମିତିରେ ଚାଷୀମାନେ ସେମାନଙ୍କର ବଳକା ଧାନ ବିକିନପାରି ନିରାଶ ହୋଇଥିବା ଅଭିଯୋଗ ହୋଇଆସୁଛି। ଗୁରୁବାର ସଠିଲୋ ଏବଂ ତିଗିରିଆ ବ୍ଲକର ସୋମପଡ଼ା ପଞ୍ଚାୟତର ବହୁଚାଷୀ ସେମାନଙ୍କର ବଳକା ଖରିଫ ଧାନ ବିକ୍ରୟ କରିନପାରିବାରୁ ଆସି ଆଠଗଡ଼ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ ଏବଂ ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କୁ ଅଭିଯୋଗ କରିଛନ୍ତି। ତେବେ ପୂର୍ବରୁ ଅଭିଯୋଗ କରିଥିବା ଚାଷୀମାନେ ଯଥା ଜୋରନ୍ଦା ସେବା ସମବାୟ ସମିତି ଅଧିନରେ ଥିବା ଶତାଧିକ ଚାଷୀ ଏ ସଂପର୍କରେ ବାରମ୍ବାର ଅଭିଯୋଗ କରି ମଧ୍ୟ କୌଣସି ସୁଫଳ ପାଇନାହାଁନ୍ତି।

- Advertisement -

ସୋମପଡ଼ା ସେବା ସମବାୟ ସମିତିରେ ଧାନବିକ୍ରୟ କରିପାରନଥିବା କୃଷକ ଆଦିତ୍ୟ ପ୍ରଧାନ, ବୁଦ୍ଧିବାମନ ପ୍ରଧାନ, ସତ୍ୟଭାମା ଗଣ୍ଠିଆ, ମାନସରଞ୍ଜନ ଚୌଧୁରୀ, ସୁକାନ୍ତ କୁମାର ସେନାପତି, ବୀରବର ସେନାପତି, ପ୍ରମୋଦ କୁମାର ପ୍ରଧାନ, ସୁଶାନ୍ତ କୁମାର ରାଉତ, ଜଳଧର ଗଣ୍ଠିଆ ପ୍ରମୁଖ ଏଠାକୁ ଆସି ସହକାରୀ ଯୋଗାଣ ଅଧିକାରୀ ଏବଂ ଏଆରସିଏସଙ୍କୁ ଅଭିଯୋଗ କରିଥିଲେ। ଆଉମାତ୍ର ୨ଦିନ ଅର୍ଥାତ ୨୬ତାରିଖ ସୁଦ୍ଧା ସେମାନଙ୍କର ଟୋକନ ଅବଧି ଶେଷ ହେବାକୁ ଥିବାବେଳେ ସେମାନଙ୍କ ବଳକା ଧାନ କ୍ରୟ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ସେମାନେ ଦାବି କରିଛନ୍ତି। ନଚେତ୍‍ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାଇ ଦେଇଛନ୍ତି। ତେବେ ଏଆରସିଏସ ଅଶୋକ କୁମାର ପାଣି ସେମାନଙ୍କର ଦାବି ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories