www.samajalive.in
Sunday, December 14, 2025
16.1 C
Bhubaneswar

ପଞ୍ଚାୟତ ଭୋଟ ଗଣତି ପାଇଁ ତାଲିମ

ଆଠଗଡ଼: ଆଠଗଡ଼ ବ୍ଲକରେ ଗତ ୨୨ତାରିଖରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ପାଇଁ ଆସନ୍ତା ଫେବୃଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟ ଗଣତି କରାଯିବ। ଏଥିପାଇଁ ଗଣତିରେ ନିୟୋଜିତ ହେବାକୁ ଥିବା ୧୨୮ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଗୁରୁବାର ବ୍ଲକ କାର୍ଯ୍ୟାଳୟରେ ତାଲିମ ପ୍ରଦାନ କରାଯାଇଛି। ଏହି ଗଣତି ପ୍ରକ୍ରିୟା ପାଇଁ ଗୋପବନ୍ଧୁ ବିଜ୍ଞାନ କଲେଜର ପ୍ରେକ୍ଷାଗୃହରେ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ତ୍ରିସ୍ତରୀୟ ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିବା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ନିର୍ବାଚନ ଅଧିକାରୀ ତଥା ମଣ୍ଡଳ ଉନ୍ନୟନ ଅଧିକାରୀ ଆଠଗଡ଼ ବ୍ଲକର ୩୪ଟି ପଞ୍ଚାୟତ ପାଇଁ ୩୪ଟି ଗଣତି ଟେବୁଲ ରଖାଯାଇଥିବା ବେଳେ ୨୬ ତାରିଖରେ ୧ନଂ ଜୋନର ୧୦ଟି ପଞ୍ଚାୟତ, ୨୭ତାରିଖରେ ୨ନଂ ଜୋନର ୧୨ଟି ପଞ୍ଚାୟତ ଏବଂ ୨୮ତାରିଖରେ ୩ନଂ ଜୋନର ୧୨ଟି ପଞ୍ଚାୟତର ଭୋଟ ଗଣତି କରାଯିବ।

ଗଣତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା ଏବଂ ନିର୍ଭୁଲ କରିବା ଉପରେ ଗୁରୁବାର ଅନୁଷ୍ଠିତ ତାଲିମ ସମୟରେ ନିୟୋଜିତ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ଗଣତି ସମୟରେ ପ୍ରତି ଟେବୁଲରେ ଗୋଟିଏ ଗୋଟିଏ ପଞ୍ଚାୟତର ପ୍ରଥମେ ୱାର୍ଡସଭ୍ୟ, ତା ପରେ ସରପଞ୍ଚ, ତାପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣତି କରାଯିବ। ଗଣତି ହେବାକୁ ଥିବା କକ୍ଷରେ ସମସ୍ତ ପ୍ରାର୍ଥୀଙ୍କ ଅଧିକୃତ ଓ ଅନୁମତି ପ୍ରାପ୍ତ ଏଜେଣ୍ଟ ବା ପ୍ରତିନିଧି ଉପସ୍ଥିତ ରହିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories