www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ଼: ଆଠଗଡ଼ ଗଡ଼ଜାତର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବଙ୍କର ପଞ୍ଚୁଦୋଳ ଯାତ୍ରା ଓ ହୋଲି ଉତ୍ସବକୁ ଚଳିତବର୍ଷ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ଏହି ବୈଠକରେ ଆଲୋଚନା ପରେ ସହମତି ପ୍ରକାଶ ପାଇଥିଲା। ମାର୍ଚ୍ଚ ୧୩ତାରିଖ ଫଗୁଦଶମୀଠାରୁ ରାଧାଗୋବିନ୍ଦ ଜୀଉଙ୍କ ସମେତ ଅଟ୍ଟାଳି ଜଗନ୍ନାଥ ଦେବ, ରଘୁନାଥ ଜୀଉ ଓ ଅନ୍ୟ ଦିଅଁମାନେ ସୁସଜ୍ଜିତ ବିମାନରେ ବିଭିନ୍ନ ସାହିରେ ପରିକ୍ରମା କରି ଭୋଗଲାଗି ହେବେ। ୧୮ତାରିଖରେ ଦୋଳପୂର୍ଣ୍ଣିମା ଅବସରରେ ଦୁର୍ଗାବଜାର ଦୋଳମଣ୍ଡପରେ ଦୋଳ ମେଳଣ ଓ ପାଞ୍ଜି ପାଠ କରାଯିବ।

ଆସନ୍ତା ମାର୍ଚ୍ଚ ୨୩ତାରିଖରେ ଆଠଗଡ଼ର ପ୍ରସିଦ୍ଧ ପଞ୍ଚୁଦୋଳ ପର୍ବ ଯଥାରୀତି ପାଳନ କରାଯିବାକୁ ଥିବାବେଳେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶୋଭାଯାତ୍ରା ଅନୁଷ୍ଠିତ ହେବ। ୨୪ତାରିଖରେ ଆଠଗଡ଼ର ହୋଲି ଉତ୍ସବ ପାଳନ ହେବାକୁ ଥିବାବେଳେ ଏଥିରେ କେବଳ ସକାଳ ୯ଟାରୁ ୧ଟା ମଧ୍ୟରେ ହୋଲି ଖେଳ ହେବ ଏବଂ କେବଳ ଅବୀର ବ୍ୟବହାର କରିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା। ଏଥିରେ କୌଣସି ରସାୟନିକ ରଙ୍ଗ ବ୍ୟବହାର ନକରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ନିବେଦନ କରିଥିଲେ।

- Advertisement -

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପ୍ରିୟବ୍ରତ ଦାସ, ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ପ୍ରମୁଖଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ, ବଜାର କମିଟିର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖଚନ୍ଦ୍ର ଦାଶ ବୈଠକ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଦେବୋତ୍ତର ସହକାରୀ ଭବାନୀ ଶଙ୍କର ପଣ୍ଡା ଓ ଅନ୍ୟ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories