www.samajalive.in
Monday, December 8, 2025
14.1 C
Bhubaneswar

ଦୂତିଙ୍କୁ ପରିଚୟ ଦେଇଛି ଜୈବିକ ଚାଷ

କୋରାପୁଟ: ଧାନର ସୃଷ୍ଟିରେ କୋରାପୁଟ ଜିଲା ବିଶ୍ବସ୍ତରରେ ପ୍ରସିଦ୍ଧ ଲାଭ କରିଛି। ଏହାର ଚାଷ ପ୍ରଣାଳୀ ସର୍ବ ଆଦୃତ। ପ୍ରାକୃତିକ ଉପାୟରେ ଚାଷ କରିବାରେ କୋରାପୁଟ ଜିଲାର ଚାଷୀ ସିଦ୍ଧହସ୍ତ। ଜିଲାର ଏପରି ଜଣେ ମହିଳା ଚାଷୀ ଚାଷ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୂଜାଙ୍ଗ ପଞ୍ଚାୟତର ଭେଜାପଦର ଗ୍ରାମର ଦୂତି ନାୟକ( ୪୬)। ଚାଷୀ ଭାବେ ତାଙ୍କର ପରିଚୟ ରହିଛି। ସେ ତାଙ୍କର ଅଧା ଏକର ଜମିରେ ପନି ପରିବା ଆଦିର ବିହନ ସଂଗ୍ରହ କରି ଜମିରେ ଟମାଟ, ମରିଚ, ଫୁଲ କୋବି, ପତ୍ର କୋବି, ମୂଳା ଓ ବାଇଗଣ ଓ ବିଭିନ୍ନ ପନିପରିବା ପାରମ୍ପରିକ ପଦ୍ଧତିରେ ମିଶ୍ରୀତ ଚାଷ କରି ଆସୁଛନ୍ତି। କିଛି ପନିପରିବା ବ୍ୟବହାର କରି ବଳକା ଯାହା ରହିଲା ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରି ପାରୁଛନ୍ତି। ଆଜିର ଚାଷୀ ଆଧୁନିକ ପ୍ରଣାଳୀରେ ଚାଷ ଜମିରେ ଚାଷ କରୁଛନ୍ତି। ଦୂତି ଏହାର ବିପରୀତ ପଦ୍ଧତିରେ ଚାଷ କରୁଛନ୍ତି। ପ୍ରାଚୀନ ପ୍ରଣାଳୀ ତଥା ପୂର୍ବ ପୁରୁଷ, ପିତାମାତାଙ୍କଠାରୁ ଶିଖିଥିବା ପାରମ୍ପରିକ ପଦ୍ଧତି ଆପଣାଇ ଚାଷ କରୁଛନ୍ତି। ଚାଷ କ୍ଷେତ୍ରରେ ଛଅଟି ସୁତ୍ର ବିହନ ଚୟନ ଓ ବିଶୋଧନ, ଜୈବିକ୍ ଖତ ପ୍ରସ୍ତୁତି, ରୋଗ ଚିହ୍ନଟ, ପୋକ ଓ ଘାସ ନିୟନ୍ତ୍ରଣ ଓ ଜଳ ପରିଚାଳନା ସହ ବିହନ ସଂରକ୍ଷଣ ନିଜେ ଭଲ ଭାବରେ କରୁଛନ୍ତି।

ଅମଳ ହୋଇଥିବା ପରିବାକୁ ଦୁଇରୁ ପାଞ୍ଚ ସାତ ଦିନ ସୁରକ୍ଷିତ ରଖିବା ନିମନ୍ତେ ସ୍ୱଳ୍ପ ଖର୍ଚ୍ଚରେ ଏକ ପାରମ୍ପାରିକ ଶୀତଳ ଭଣ୍ଡାର ପ୍ରସ୍ତୁତ କରି ସେଠାର କିଛି ଦିନ ପରିବା ସୁରକ୍ଷିତ ରଖି ଓ ଆବଶ୍ୟକ ସ୍ଥଳେ ବଜାରରେ ବିକ୍ରି କରୁଛନ୍ତି। ନିଜେ ଜୈବିକ ଖତ ଓ ଜୈବ ସାର ପ୍ରସ୍ତୁତ କରି ବ୍ୟବହାର କରୁଛନ୍ତି। ଏହି ପାରମ୍ପରିକ ଚାଷକୁ ଦେଖି କୋରାପୁଟର ଏକତା ଅନୁଷ୍ଠାନ ଆଗେଇ ଆସିଛି। ସବୁ ପ୍ରକାର ଜୈବିକ ପ୍ରଣାଳୀକୁ ନେଇ ପ୍ରଶିକ୍ଷିତ ସହ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛି। ଦୂତି ମତ ଦେଇଛନ୍ତି ବିହନ ହେଉଛି କେବଳ ଚାଷୀଙ୍କର। ଏହା କୌଣସି ସରକାର ଅବା ବିହନ କମ୍ପାନୀର ନୁହେଁ। ଚାଷ କାର୍ଯ୍ୟରେ ପ୍ରକୃତରେ କୋରାପୁଟ ଜିଲାର ମହିଳା ହିଁ ଅଧିକ ସମୟ ନିୟୋଜିତ ରହିଥାନ୍ତି। ମହିଳାଙ୍କୁ ଚାଷୀର ମାନ୍ୟତା ଦିଆଯାଉ ନାହିଁ। ଅନ୍ୟପଟେ ତାଙ୍କ ସ୍ବାମୀ ଓ ଦୁଇ ପୁଅ ସହଯୋଗ କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories