www.samajalive.in
Monday, December 15, 2025
15.1 C
Bhubaneswar

ତରଭୂଜ ମଞ୍ଜିର ଚମତ୍କାରୀ ଗୁଣ

ସାଧାରଣତଃ ଲୋକମାନେ ତରଭୂଜ ଖାଇବା ସମୟରେ ତାହାର ମଞ୍ଜିକୁ କାଢ଼ି ଫିଙ୍ଗି ଦେଇଥାନ୍ତି। ହେଲେ ତରଭୂଜ ମଞ୍ଜିର ଅନେକ ଉପକାରୀ ଗୁଣ ରହିଛି ଯାହା ବିଷୟରେ ହୁଏତ କ୍ୱଚିତ ଲୋକେ ଜାଣିଥିବେ। ପୁଷ୍ଟିସାରରେ ଭରା ଏହି ମଞ୍ଜିକୁ ଖାଇବା ଦ୍ୱାରା ଆମକୁ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ଏହା ସହିତ ଶରୀରକୁ ଅନେକ ସୁଫଳ ମିଳିଥାଏ। ତେଜରାତି ବା ରାସନ ଦୋକାନମାନଙ୍କରେ ଏହା (ଚାରୁ) ମଗଜ ଦାନା ଭାବେ ଚୋପାଛଡ଼ା ହୋଇ ବିକ୍ରି ହେଉଛି।
ଏହା ବଜାରରେ ରୋଷ୍ଟେଡ୍ ମେଲୋନ୍ ସିଡ୍ସ ନାଁରେ ମିଳୁଛି। ଆୟୁର୍ବେଦିକ ଔଷଧ ନିର୍ମାତା ପତଞ୍ଜଳୀ ଆୟୁର୍ବେଦ ମଧ୍ୟ ଏହାକୁ ପ୍ୟାକିଂ କରି ବିକ୍ରି କରିବା ଆରମ୍ଭ କଲାଣି। ଭାରତର ସବୁଠୁ ବଡ଼ ଅନ୍ଲାଇନ୍ ଷ୍ଟୋର ଆମାଜନ୍ରେ ମଧ୍ୟ ଏହା ଉପଲବ୍ଧ ହେଉଛି । ବିଦେଶରେ ଏହା ପ୍ରଚୁର ପରିମାଣରେ ବିକ୍ରି ହେଉଛି।
ତେବେ ଚାଲନ୍ତୁ ଜାଣିବା ତରଭୂଜ ମଞ୍ଜିର ଉପକାରିତା ବିଷୟରେ –
୧- ଶରୀରର ବିକାଶ ପାଇଁ ଏମିନୋ ଏସିଡ୍ର ଆବଶ୍ୟକତା ରହିଥାଏ। ଏହାର ଅଭାବ ବହୁତ କମ୍ ଖାଦ୍ୟ ପୂରଣ କରିଥାନ୍ତି। ତା’ ମଧ୍ୟରୁ ତରଭୂଜ ମଞ୍ଜି ଅନ୍ୟତମ। ତରଭୂଜ ମଞ୍ଜିରେ ବହୁ ପରିମାଣରେ ଏମିନୋ ଏସିଡ୍ ଥାଏ। ଏମିନୋ ଏସିଡ୍ ଶରୀରର ଟିସୁ ନିର୍ମାଣ କରିବାରେ ସହାୟକ ହୋଇଥାଏ।
୨- ତରଭୂଜ ମଞ୍ଜିରେ ଲାଇକୋପିନ୍ ନାମକ ତତ୍ତ୍ୱ ରହିଥାଏ। ଯାହାକି କେଶ ଓ ଚେହେରାର ସୁନ୍ଦରତା ବଢ଼ାଇଥାଏ। ଏହାସହିତ ଲାଇକୋପିନ୍ ପୁରୁଷମାନଙ୍କ ଯୌନ କ୍ଷମତା ମଧ୍ୟ ବଢ଼ାଇଥାଏ।
୩- ତରଭୂଜ ମଞ୍ଜିରେ ମାଗ୍ନେସିୟମର ମାତ୍ରା ଅଧିକ ରହିଥାଏ। ମାଗ୍ନେସିୟମ ବ୍ଲଡ଼ପ୍ରେସର ନିୟନ୍ତ୍ରଣ ଓ ହଜମ ଶକ୍ତି ବୃଦ୍ଧି କରିବା ଦିଗରେ ସହାୟକ ହୋଇଥାଏ। ଏହି ସମସ୍ୟା ଦେଖାଦେଉଥିଲେ ପ୍ରତିଦିନ ଅଳ୍ପ ତରଭୂଜ ମଞ୍ଜି ଖାଆନ୍ତୁ। ଏହି ସମସ୍ୟା ଦୂର ହୋଇପାରିବ।
୪- ତରଭୂଜ ମଞ୍ଜି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହା ସହିତ ରକ୍ତକୁ ସ୍ୱଚ୍ଛ ରଖିବାରେ ବେଶ୍ ସହାୟକ ହୋଇଥାଏ। ପେଟ ଜନିତ ସମସ୍ୟା ଦେଖାଦେଉଥିଲେ ମଧ୍ୟ ଅଳ୍ପ କିଛି ତରଭୂଜ ମଞ୍ଜି ଚୋବାଇ ଖାଇଲେ ଏହା ତୁରନ୍ତ କାମ କରିଥାଏ।
୫- ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଉପକାରୀ ହୋଇଥାଏ। ୧ ମୁଠା ମଞ୍ଜିକୁ ୧ ଲିଟର ପାଣିରେ ୧୫ ମିନଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହି ଫୁଟାପାଣିକୁ ଚା’ ଭଳି ଡାଏବେଟିସ୍ ରୋଗୀମାନେ ପିଇଲେ ସୁଫଳ ମିଳିଥାଏ। ଏହା ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
୬ – କୌଣସି ରୋଗରୁ ସୁସ୍ଥ ହେଲାପରେ ଶରୀର ଦୂର୍ବଳ ରହିଥାଏ। ଏହି ଫୁଟା ପାଣିକୁ ପିଇଲେ ଦେହ ଫୁର୍ତ୍ତି ଲାଗିବା ସହିତ ଶରୀରକୁ ଶକ୍ତି ମଳିଥାଏ।
୭- ଅନ୍ୟପଟେ ଏହା ସ୍ମରଣ ଶକ୍ତି ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ। ତେବେ ଏହାକୁ ଏକାଥରେ ଅଧିକା ଖାଇବା ବଦଳରେ ଅଳ୍ପ ଅଳ୍ପ ଖାଇବା ଭଲ।
୮- ତରଭୂଜ ମଞ୍ଜି କୁ ଆପଣ ଗଜା କରି ଖାଇପାରିବେ। ତରଭୂଜ ମଞ୍ଜି ଗଜା ହୋଇଯିବା ପରେ ଏହାର ଉପକାରୀ ଗୁଣ ବଢ଼ିଯାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories