www.samajalive.in
Monday, December 8, 2025
13.1 C
Bhubaneswar

ମଶା ମାରି ୮୪ହଜାର ଟଙ୍କା କ୍ଷତି ସହିଲେ !

ବିଶ୍ବର ପ୍ରାୟ ପ୍ରତ୍ୟେକ ପ୍ରାନ୍ତରେ ମଶାଙ୍କ ଉପଦ୍ରବ ଦେଖିବାକୁ ମିଳେ। ବିଦେଶୀ ରାଷ୍ଟ୍ରର ଲୋକେ ଏସବୁ ପ୍ରତି ବେଶ୍ ସଚେତନ, କିନ୍ତୁ ମଶାଙ୍କ କବଳରୁ ବର୍ତ୍ତି ପାରନ୍ତି ନାହିଁ। ଏଇ ନିକଟରେ କିନ୍ତୁ ମଶା ପାଇଁ ଜଣେ ଯୁବକ ୮୪ହଜାର ଟଙ୍କା କ୍ଷତି ସହିବା ଗଣମାଧ୍ୟମରେ ମୁଖ୍ୟ ଖବର ପାଲଟିଛି। ଘଟଣାଟି କିଛି ଏଇପରି। ଚୀନ୍‌ର ଝୋଜିୟାଙ୍ଗ ପ୍ରାନ୍ତର ଜଣେ ଯୁବକ ନିଜ ଦାମୀ ବିଏମ୍‌ଡବ୍ଲ୍ୟୁ କାର୍‌ରେ କୌଣସି ଏକ କାମରେ ଯାତ୍ରା କରୁଥିଲେ। ରାସ୍ତାରେ ସେ କାର୍ ପାର୍କିଂ କରି ଫୋନ୍‌ରେ ବାର୍ତ୍ତାଳାପ କରୁଥିବାବେଳେ ମଶାଟିଏ ଉଡ଼ିଆସି ତାଙ୍କ କାର୍‌ କାଚରେ ବସିଲା। ନୂଆ ସୁନ୍ଦର ଦାମୀ କାର୍‌ର କାଚ ଉପରୁ ମଶାକୁ ଘଉଡ଼ାଇବା ନିମନ୍ତେ ଯୁବକଜଣକ ବାରମ୍ବାର ଚେଷ୍ଟା କଲେ। ଏହା ସତ୍ତ୍ବେ ମଶାଟି ପୁଣି ଉଡ଼ିଆସି କାଚ ଉପରେ ବସୁଥାଏ। ଶେଷରେ ଯୁବକ ମଶାକୁ ମାରିଲେ। ମଶା ମଲା ସତ, କିନ୍ତୁ କାର୍‌ର କାଚ ଭାଙ୍ଗିଗଲା। ନୂଆ କିଣା ହୋଇଥିବା କାର୍‌ର କାଚ ଭାଙ୍ଗିଯିବା ତାଙ୍କୁ ଖୁବ୍ କଷ୍ଟ ଦେଇଥିଲା। କିଛି ଉପାୟ ମଧ୍ୟ ନ ଥିଲା। ପୁଣି କାଚ ଲଗାଇବାକୁ ସେ ୮୪ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏଇ ଖବର ସେ ନିଜ ସୋସିଆଲ ଆକାଉଣ୍ଟରେ ଉଲ୍ଲେଖ କରିବା ପରେ ଏହାର ଚର୍ଚ୍ଚା ହୋଇଥିଲା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories